କନକ ବ୍ୟୁରୋ: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସମୟରେ ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲର ଆକଳନ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି । ଅଧିକାଂଶ ମଡେଲର ଆକଳନ ବାତ୍ୟା ନିଶ୍ଚିତ ହେବ । ଇସିଏମ ମଡେଲକୁ ଅନୁଧ୍ୟାନ କରି ପାଣିପାଗ ଆକଳନକାରୀ ସଂସ୍ଥା ୱିଣ୍ଡି ୨୬ ତାରିଖରେ ବାତ୍ୟା ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଦର୍ଶାଇଛି । ସେହିପରି ଜିଏଫଏସ ମଡେଲ ଅନୁସାରେ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଇଛି । କିନ୍ତୁ ଭାରତୀୟ ପାଣିପାଗ ସଂସ୍ଥା ଏପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରିନାହିଁ । କେବଳ ୨୦ ତାରିଖରେ ଲଘୁଚାପ ହେବ ବୋଲି ପୂର୍ବାନୁମାନ କରିଛି ଏବଂ ୨୦ ପରେ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି କହିଛି ଆଇଏମଡି ।
- ଘନୀଭୂତ ହେଲା ଘୂର୍ଣ୍ଣିବଳୟ
- ବଢ଼ିଲା ବାତ୍ୟା ଆଶଙ୍କା
ଦକ୍ଷିଣ- ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରାଯାଇନଥିଲେ ବି, ବିଭିନ୍ନ ଆନ୍ତର୍ଜାତୀୟ ମଡେଲ୍ ଆସନ୍ତା ୨୪ ରୁ ୨୫ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ହେବା ନେଇ ପୂର୍ବାନୁମାନ କରିବା ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି ।
ଇସିଏମଡବ୍ଲ୍ୟଏଫ ମଡେଲର ଆକଳନ ଅନୁସାରେ ବଙ୍ଗୋପସାଗରେ ଘନୀଭୂତ ହେବାକୁ ଥିବା ଲଘୁଚାପ ୨୪ ତାରିଖକୁ ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୨୫ ତାରିଖବେଳକୁ, ଉତ୍ତର- ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ-ଓଡିଶା ଉପକୂଳର ନିକଟତର ହେବ । ସେହିପରି ଜିଏଫଏସ ମଡେଲର ଆକଳନ ଅନୁସାରେ, ୨୪ ତାରିଖକୁ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାଟି ଥିବ । ୨୫ ତାରିଖରେ ଏହା ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ । ଏହି ସମୟରେ ଉତ୍ତର- ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳ ନିକଟତର ହେବାର ପୂର୍ବାନୁମାନ କରିଛି ।
ତେବେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୧ ପରେ ଉତ୍ତର ବଙ୍ଗୋପସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ପାଇଁ ଅନୁକୂଳ ପରିବେଶ ରହିବ । ତେଣୁ ୨୪ରେ ବାତ୍ୟା ହେବ । କିନ୍ତୁ ଏହା ଭୀଷଣ ବାତ୍ୟା ରୂପ ନନେଇପାରେ । ଅନ୍ୟପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି, ସମସ୍ତ ମଡେଲକୁ ବିଶ୍ଳେଷଣ କରି ୨୦ ତାରିଖ ପରେ ବାତ୍ୟା ହେବ କି ନାହିଁ ତାହା ଚିତ୍ର ସ୍ପଷ୍ଟ କରିବେ । କିନ୍ତୁ ୨୦ଅକ୍ଟୋବର ବେଳକୁ ବଙ୍ଗୋପସାଗରରେ ଲଘୁଚାପ ହେବ । ଯାହାର ପ୍ରଭାବରେ ଓଡିଶାରେ ବର୍ଷା ହେବ ।
ସାଧାରଣତଃ ଅକ୍ଟୋବର ମାସରେ ବାତ୍ୟା ଆସିଥାଏ । ଓଡିଶା ଏହି ବାତ୍ୟାରେ ପ୍ରଭାବିତ ହୋଇଥାଏ । ତେଣୁ ବିଭିନ୍ନ ପାଣିପାଗ ମଡେଲର ବାତ୍ୟା ଆକଳନ ଆଶଙ୍କାକୁ ବଢ଼ାଇ ଦେଇଛି । ଏବେ ଅପେକ୍ଷା ଆଇଏମଡିର ପରବର୍ତ୍ତୀ ଆକଳନ କଣ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/dagre.jpg)