କନକ ବ୍ୟୁରୋ: ସୋସିଆଲ୍ ମିଡିଆ ବଞ୍ଚାଇଲା ଜୀବନ । ଟୁଇଟରକୁ ଟ୍ରାକ୍ କରି ଦୁଇ ଜଣଙ୍କୁ ଆତ୍ମହତ୍ୟା କରିବାରୁ ବଞ୍ଚାଇଲା ମୁମ୍ବାଇ ପୋଲିସ । ବୁଧବାର ମିଳିଥିବା ଖବର ଅନୁସାରେ, ମୁମ୍ବାଇ ପୋଲିସର ସାଇବର ସେଲ୍ ଦୁଇଜଣ ବ୍ୟକ୍ତିଙ୍କର ଟୁଇଟକୁ ଟ୍ରାକ୍ କରିବା ସହିତ ସେମାନେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଜାଣିବାକୁ ପାଇଥିଲା । ଏହାପରେ ସେମାନଙ୍କ ପାଇଁ ଏକ ସ୍ପେଶାଲ୍ ଟିମ୍ ଗଠନ କରି ସେମାନଙ୍କୁ ଆତ୍ମହତ୍ୟା କରିବାରୁ ରୋକାଯାଇପାରିଛି ।
ଆତ୍ମହତ୍ୟା କରିବାକୁ ଯାଉଥିବା ଏହି ଦୁଇଜଣଙ୍କ ଭିତରେ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ରହିଥିଲେ । ସେ ଗତ ଫେବ୍ରୁଆରୀ ୧୪ ତାରିଖରେ ନିଜ ପାଠ ପଢାକୁ ନେଇ ଚିନ୍ତିତ ଥିବା ସହିତ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଟୁଇଟ କରିଥିଲେ । ମୁମ୍ବାଇ ପୋଲିସର ସାଇବର ସେଲ୍ ଏହାପରେ ଏହି ଟୁଇଟକୁ ଟ୍ରାକ୍ କରି ସେହି ଛାତ୍ର ଜଣକ ମହାରାଷ୍ଟ୍ରର ଅମରାବତୀ ସହରର ବୋଲି ଜାଣିବାକୁ ପାଇଥିଲେ । ଏହାପରେ ତା ପାଖରେ ପୋଲିସ ପହଞ୍ଚି ତାକୁ ଆତ୍ମହତ୍ୟା କରିବାରୁ ରୋକିଥିଲା ।
ସେହିପରି ଆଉ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ମୁମ୍ବାଇ ପୋଲିସ ସୋସିଆଲ୍ ମିଡିଆରୁ ଜାଣିବାକୁ ପାଇଥିଲ । ସେହି ବ୍ୟକ୍ତି ଜଣକ ମୁମ୍ବାଇ ସହରର ବୋରିଭାଲିର ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ତାଙ୍କ ପାଖରେ ପହଞ୍ଚି ତାଙ୍କୁ ବୁଝାସୁଝା କରିବା ସହିତ ତାଙ୍କୁ ଆତ୍ମହତ୍ୟା କରିବାରୁ ରୋକିପାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/111-1.jpg)