ରାଜନୀତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନ ଉପରେ ବିଜେଡିର ପ୍ରତିକ୍ରିୟା । ବୟାନକୁ ଗୁରୁତ୍ୱପୂର୍ଣ୍ଣ କହିଲେ କଟକ ମେୟର ।

598

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତିରେ ମିଛ ଓ ଗୁଜବ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ବୟାନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତା ଓ ସବୁବେଳେ ମୁଖ୍ୟମନ୍ତ୍ରୀ ଏକ ଉଦାହରଣ ସୃଷ୍ଟି କରଥାନ୍ତି ବୋଲି ସୁବାସ ସିଂ କହିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବ ରାଜ୍ୟର ସାଢ଼େ ୪କୋଟି ଲୋକ ଓ ଦେଶବାସୀଙ୍କୁ ପ୍ରଭାବିତ କରୁଛି ବୋଲି ସୁବାସ ସିଂ କହିଛନ୍ତି ।