ଖୁବଶୀଘ୍ର ସୁଶାନ୍ତଙ୍କ ମୃତ୍ୟୁ ଉପରୁ ଉଠିବ ପରଦା । ଭିସେରା ରିପୋର୍ଟ ସ୍ପଷ୍ଟ କରିବ ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା କି ନାହିଁ !

317

କନକ ବ୍ୟୁରୋ : ଏ ପର୍ଯ୍ୟନ୍ତ ସୁଶାନ୍ତ ସିଂଙ୍କ ମୃତ୍ୟୁର କାରଣ ସାମ୍ନାକୁ ଆସିନାହିଁ । ଏହା ଆତ୍ମହତ୍ୟା ନା ହତ୍ୟା, ଏହି ପ୍ରଶ୍ନର ଉତର ଏମ୍ସ ରିପୋର୍ଟ ଆସିବା ଅନୁମାନ କରାଯାଉଛି । ଏମ୍ସର ବିଶେଷଜ୍ଞ ଡାକ୍ତର ସୁଶାନ୍ତଙ୍କ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟର ପୁନଃ ଯାଂଚ କରିବା ସହ ଏହାର ପ୍ରାଥମିକ ଅଧ୍ୟୟନ ଶେଷ କରିଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ଖୋଲିବାକୁ ଯାଉଛି । କୁହାଯାଉଛି ଏମ୍ସର ଫୋରେନସିକ ବିଭାଗ ଖୁବଶୀଘ୍ର ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇପାରେ । କାରଣ ଭିସେରା ରିପୋର୍ଟରୁ ଜଣାପଡିବ ଯେ, ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା ନା ନାହିଁ । ପୂର୍ବରୁ କଲିନା ଫୋରେନସିକ ଏହି ରିପୋର୍ଟକୁ ନେଗେଟିଭ ବୋଲି ଦର୍ଶାଇଥିଲେ । ଅର୍ଥାତ ସୁଶାନ୍ତଙ୍କ ଶରୀରରେ କୌଣସି ବିଷ ମିଳିନଥିଲା । ହେଲେ ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ଭର ସିବିଆଇ ହାତକୁ ଯିବା ପରେ ଏମ୍ସର ଫୋରେନସିକ ବିଭିଗ ପୁଣିଥରେ ରିପୋର୍ଟର ଯାଂଚ କରିଛି ।

କେମିତି ଯାଂଚ୍ କରିଛି ଏମ୍ସ ଫୋରେନସିକ ବିଭାଗ?
– ଦୁଇଟି ବାଟରେ ଯାଂଚ କରିଛି ଏମ୍ସ ଫୋରେନସିକ ବିଭାଗ
– ଗୋଟିଏ ପୋଷ୍ଟମର୍ଟମ ରିପୋର୍ଟ ଓ ଅନ୍ୟଟି ଭିସେରା ରିପୋର୍ଟ

ଏବେ ଆସନ୍ତୁ ଜାଣିବା ଏମ୍ସ ଫୋରେନସିକ ବିଭାଗ ସୁଶାନ୍ତଙ୍କ ଭିସେରା ରିପୋର୍ଟର ଯାଂଚ୍ କେମିତି କରିଥିଲେ ?

କେମିତି ଯାଂଚ ହେଲା ସୁଶାନ୍ତଙ୍କ ଭିସେରା ରିପୋର୍ଟ?
– କଲିନା ଫୋରେନସିକରୁ ସୁଶାନ୍ତଙ୍କ ଭିସେରା ରିପୋର୍ଟ ଗ୍ରହଣ କରିଥିଲା ଏମ୍ସ ଫୋରେନସିକ ବିଭାଗ
– ସୁଶାନ୍ତଙ୍କ ଶରୀର ଭିତର ଅଙ୍ଗର ପ୍ରାୟ ଅଧକିଲୋ ନମୁନା ରାସାୟନିକ ପରୀକ୍ଷଣ ପାଇଁ ନିଆଯାଇଥିଲା
– ନମୁନାକୁ ୩ ଟି ବୋତଲରେ ରଖାଗଲା । ଗୋଟିଏରେ ପେଟର ଅଂଶ, ଦ୍ୱିତୀୟରେ ଅନ୍ୟ ଅଂଶ ଓ ତୃତୀୟରେ ରକ୍ତ
– ରକ୍ତ ନମୁନାକୁ ଛାଡି ଶରୀରର ବାକି ଅଂଶକୁ ଉପଯୁକ୍ତ ପ୍ରିଜର୍ଭେଟିଭ ସହ ଲୁଣ ପାଣିରେ ରଖା ଯାଇଥିଲା
– କୁହାଯାଉଛି ଏହି ନମୁନାର ପ୍ରାୟ ୮୦ ଭାଗ ଅଂଶ କଲିନା ଫୋରେନସିକରେ ବ୍ୟବହାର କରାଯାଇଥିଲା
– ତେଣୁ ବଳକା ଥିବା ୨୦ ପ୍ରତିଶତ ଅଂଶକୁ ନେଇ ପୁନଃ ଯାଂଚ କରିଥିଲେ ଏମ୍ସର ଫୋରେନସିକ ବିଭାଗ

ଭିସେରା ରିପୋର୍ଟକୁ ଯାଂଚ କରି ଏମ୍ସ ଫୋରେନସିକ ବିଭାଗ ଜାଣିବାକୁ ଚାହୁଁଥିଲା ଯେ, ସୁଶାନ୍ତଙ୍କୁ ବିଷ ଦିଆଯାଇ ନାହିଁ ତ? ଭିସେରା ଟେଷ୍ଟରୁ ଶରୀରର ବିଭିନ୍ନ ଭାଗରେ ବିଷର ପ୍ରଭାବ ଜଣାପଡେ । ବିଷ ବିଭିନ୍ନ ପ୍ରକାର ହୋଇଥିବାରୁ ଏବଂ ବଷିର ମାତ୍ରା ଏହି ଯାଂଚରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଭିସେରା ଯାଂଚରେ ଅଧିକ ସମୟ ଲାଗିଥାଏ । ତେବେ ଭିସେରା ଟେଷ୍ଟରୁ ଏମ୍ସ ଫୋରେନସିକ ଟିମ୍

ଜାଣିବାକୁ ଚେଷ୍ଟା କରିଛି ଯଦି ସୁଶାନ୍ତଙ୍କ ଶରୀରରେ ବିଷ ରହିଛି, ତେବେ ଏହା କେଉଁ ପ୍ରକାର ବିଷ? କୁହାଯାଉଛି ମୃତଦେହର ଶରୀରରୁ ବିଷ ମିଳିଲେ ଏହାର ମାତ୍ରା ହିଁ ଆତ୍ମହତ୍ୟା ଓ ହତ୍ୟା ଭିତରେ ଥିବା ସନ୍ଦେହକୁ ଦୂର କରିଦିଏ । ଯେମିତି କି ଲୁଣ, ନିକୋଟିନ କିମ୍ବା ଅକ୍ସିଜେନର ମାତ୍ରା ଅଧିକ ହେଲେ ଏହା ମଧ୍ୟ ବିଷ ପାଲଟିଯାଏ । ତେଣୁ ଭିସେରା ରିପୋର୍ଟର ପୁନଃ ଯାଂଚରୁ ଏମ୍ସ ଫୋରେନସିକ ଟିମ୍ ଜାଣିବାକୁ ଚାହିଁଛି ଯେ, ସୁଶାନ୍ତଙ୍କ ମୃତ୍ୟୁ ପଛର କାରଣ କ’ଣ? ଆତ୍ମହତ୍ୟା ନା ତାଙ୍କ ପରିବାର ଆଣୁଥିବା ଅଭିଯୋଗ ଅନୁସାରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ।