କନକ ବ୍ୟୁରୋ : ବାରାହା ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି  ଜଣେ ୱାର୍ଡ ମେମ୍ବରଙ୍କ ମୃତ୍ୟୁ ହୋଇଛି । ବାରାହା ସାରୁ ଖାଇଯାଉଥିବାରୁ ସାରୁ କିଆରିରେ  ବିଦ୍ୟୁତ ତାର ବିଛାଇଥିଲେ ଚାଷୀ । ସେହି ବିଦ୍ୟୁତ ତାର ଲାଗି ମହିଳା ୱାର୍ଡ ମେମ୍ବରଙ୍କ ମୁତ୍ୟୁ  ହୋଈଇଛି ।  ଏଭଳି ଅଭାବନୀୟ ଘଟଣା ଦେଖିବା ମିଳିଛି କଟକ ଜିଲ୍ଲା ନିଆଳି ଥାନା କୂଷ୍ଣପ୍ରସାଦ ପଂଚାୟତ ପୁରୁଣାସାତଙ୍ଗ ଗ୍ରାମରେ ।

Advertisment

ଆଜି ସକାଳୁ ଏହି ଗ୍ରାମର ସୈାଦା ଭୋଇ ଧାନ ରୋଇଁ ଘରକୁ ଫେରୁଥିବା ସମୟରେ ସାରୁ କିଆରୀରେ ଲାଗିଥିବା ବିଦ୍ୟୁତ ତାରରେ ସଂସ୍ପର୍ଶରେ ଆସିଥିଲେ । ସେହି ଗ୍ରାମର ରମେଶ ପଣ୍ଡା ତାଙ୍କ ସାରୁ ବିଲରେ ବିଦ୍ୟୁତ ତାର ଚାରି ପାଖରେ ବିଛାଇଥିଲେ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସୈାଦା ପାଟି କରିବାରୁ ପରିବାର ଲୋକେ ପହଁଚି ସୈାଦାକୁ ଚାରିଛକ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମହିଳା ୱାର୍ଡମେମ୍ବର ମୁତ୍ୟୁକୁ ନେଇ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।