କନକ ବ୍ୟୁରୋ : କଟକଣା ହଟିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଜୋର ଧରିଛି ସାନିଟାଇଜେସନ୍ କାମ । ଏବେ ପୁରୀ ସ୍ୱର୍ଗଦ୍ୱାରରେ ଶବ ସକ୍ରାର ନେଇ ଲାଗିଥିବା କଟକଣାକୁ ହଟାଇ ଦିଆଯିବା ପରେ , ହୋଇପାରିବ ଶବ ସତ୍କାର । କୋଭିଡ ବେଳେ ସଂକ୍ରମଣକୁ ଆଖି ଆଗରେ ରଖି, ଶ୍ରୀକ୍ଷେତ୍ରର ସ୍ୱର୍ଗଦ୍ୱାରରେ ବାହାର ଲୋକଙ୍କ ମରଶରୀରକୁ ଦାହ ସଂସ୍କାର ପାଇଁ ମନା କରାଯାଇଥିଲା ।
ତେବେ ପ୍ରଶାସନ ତରଫରୁ ଏହି କଟକଣାକୁ ଉଠାଇ ଦିଆଯାଇଛି । ସ୍ୱର୍ଗଦ୍ୱାର, ସନାତନ ଧର୍ମରେ ଆସ୍ଥା ଓ ବିଶ୍ୱାସ ସହ ଯୋଡି ହୋଇ ରହିଥିବାରୁ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଠାକୁ ଶତାଧିକ ମୃତଦେହ ଆସିଥାଏ । କିନ୍ତୁ କୋଭିଡ ପାଇଁ ପୁରୀ ଜିଲ୍ଲା ବାହାରୁ ଲୋକଙ୍କ ସଂସ୍କାର ଉପରେ କଟକଣା ରହିଥିଲା ।
ଅନୁମତି ଦେବା ସହିତ ସର୍ତ୍ତ ମଧ୍ୟ ରଖାଯାଇଛି । ଯେଉଁମାନଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବ ସେମାନଙ୍କ ସଂସ୍କାର ସ୍ୱର୍ଗଦ୍ୱାରରେ କରାଯାଇ ପାରିବ ନାହିଁ ।