କନକ ବ୍ୟୁରୋ: ଆବାସ ତାଲିକା ନେଇ ବିଭିନ୍ନ ସ୍ଥାନରେ ତାତି । ହିତାଧିକାରୀଙ୍କ ନାଁ ନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ କିଛି ସ୍ଥାନରେ ଉତେଜନା ଦେଖିବାକୁ ମିିଳିଛି । ନବରଙ୍ଗପୁରରେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିବା ବେଳେ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି ଉତ୍ୟକ୍ତ ହିତାଧିକାରୀମାନେ । ଏପରିକି ଜିଆରଏସଙ୍କୁ ଅଟକ ରଖିବା ସହ ବିଡ଼ିଓଙ୍କୁ ଘେରାଉ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ପାଇବା ପାଇଁ ପୂର୍ବରୁ ଥିବା ହିତାଧିକାରୀଙ୍କ ତାଲିକାକୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଜିଓ ଟ୍ୟାଗିଂ କରାଯାଇଥିଲା । ୩୧୫ ଜଣ ସାମ୍ଭାବ୍ୟ ହିତାଧିକାରୀ ଚିହ୍ନଟ ହୋଇଥିଲେ । ହେଲେ ତାଲିକା ବାହାରିବା ବେଳେ ଯୋଗ୍ୟ ହିତାଧିକାରୀଙ୍କ ନାଁ ନାହିଁ । ଯାହାକୁ ନେଇ ଘଟଣା ସ୍ଥଳରେ ଉତେଜନା ଦେଖିବାକୁ ମିଳିଥିଲା ।
ନବରଙ୍ଗପୁରରେ ଆବାସକୁ ନେଇ ତାତିଲେ ଜନତା। ପଞ୍ଚାୟତ ଅଫିସରେ ତାଲା ପକାଇଲେ ଉତ୍ୟକ୍ତ ହିତାଧିକାରୀ।
/kanak/media/post_attachments/wp-content/uploads/2023/01/Collage-Maker-23-Jan-2023-06.56-PM.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)