କାଳବୈଶାଖୀ ବର୍ଷାରେ ଛାରଖାର ହେଲା ଚାଷ । ବିଭିନ୍ନ ଅଞ୍ଚଳରେ ଉଜାଡିଗଲା ପରିବା ଚାଷ ।

131

କନକ ବ୍ୟୁରୋ: କାଳବୈଶାଖୀ ବର୍ଷାରେ ଛାରଖାର ହେଲା ଚାଷ । ଆଉ କିଛି ଦିନରେ ବିକ୍ରି କରିଥାନ୍ତେ ପୋଟଳ, କୋବି, ଟମାଟୋ, ବାଇଗଣ ଆଦି ପନିପରିବା । ହେଲେ ବର୍ଷା ଉଜାଡି ଦେଲା ପରିବା ଚାଷ । ପୁରୀ କମାସ ବ୍ଲକ୍ ଗଡସାନ ପୁଟ, ମନ୍ଦାରବସ୍ତ, ହଳଦିଆପଡାର ଶତାଧିକ ଚାଷୀ ଚିନ୍ତାରେ । ବର୍ଷାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବାଦାମ ଚାଷ । ସେହିପରି ସତ୍ୟବାଦୀ ବ୍ଲକ ମହୁରା, କେତକିପାଟଣା, ବଳପୁର, ରାୟଖଣ୍ଡି, ବଳରାମପୁର ଗଡ, ପରାଜପଡା ପଞ୍ଚାୟତର ବିରି ଓ ମୁଗ ଚାଷ ନଷ୍ଟ ହୋଇଯାଇଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । କେବଳ ସେତିକି ନୁହେଁ ବର୍ଷା ଉଜାଡି ଦେଇଛି ପରିବା ଚାଷ । ନିମାପଡା ବ୍ଲକ୍ ବଳଙ୍ଗା, ଚନ୍ଦ୍ରଦେଇପୁର, ଉଛୁପୁର, ନରୁଡା ଅଞ୍ଚଳରେ କୋବି, ବାଇଗଣ, ମୂଳା, ଟମାଟୋ ଆଦି ପରିବା ଗଛ ବର୍ଷାରେ ପ୍ରଭାବିତ ହୋଇଛି । ଠିକ୍ ଭାବେ ହୋଇ ନଥିବା କଦଳୀ, ପୋଟଳ ଆଦି ପରିବା କାଳବୈଶାଖୀ ବର୍ଷା ପାଇଁ ନଷ୍ଟ ହୋଇଯିବା ଆଶଙ୍କ କରି ଚିନ୍ତାରେ ଚାଷୀ ।