କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅଂଚଳରେ ଅଦିନିଆ ଝଡ଼ବର୍ଷା ଯୋଗୁଁ ବ୍ୟାପକ ଧାନଫସଲ ନଷ୍ଟ ହୋଇଛି । ପବନ ବହିବା ସହ କୁଆପଥର ମାଡ଼ ଯୋଗୁଁ ଧାନ ଗଛ କାଦୁଅରେ ପଡ଼ିଯାଇଛି । ଜୁନାଗଡ଼ ବ୍ଲକର ରାଜପୁର, କାର୍ଲି, ଝାରବନ୍ଦ, ଚାରଭାଟି, ବନ୍ଦପଡ଼ା, ଚିଲିଗୁଡ଼ା, ମୁଣ୍ଡରାଗୁଡ଼ାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ତେବେ ଫସଲ କ୍ଷୟକ୍ଷତି ଦେଖିବାକୁ ପ୍ରଶାସନିକ ଅଧିକାରୀ ଆସିନଥିବା ଚାଷୀ ଅଭିଯୋଗ କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp