କେନ୍ଦ୍ରାପଡା ଜିଲ୍ଲା ଅମୃତ ମଣୋହୀ ପଞ୍ଚାୟତ ଜଗନ୍ନାଥପୁର ଗାଁରେ ଅଘଟଣ । ନଈରେ ଗାଧୋଉଥିବାବେଳେ ବୃଦ୍ଧାଙ୍କୁ ଟାଣିନେଲା କୁମ୍ଭୀର ।

206

କନକ ବ୍ୟୁରୋ: ଗାଧୋଇବାକୁ ଯାଇଥିବା ବୃଦ୍ଧାଙ୍କୁ ନଈରେ ଟାଣି ନେଇଗଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ଅମୃତ ମଣୋହୀ ପଂଚାୟତ ଜଗନ୍ନାଥପୁର ଗାଁରେ ଘଟିଛି ଏଭଳି ଅଘଟଣ । ନଈକୁ ଅନ୍ୟ ଜଣେ ମହିଳା ସହ ଗାଧୋଇବାକୁ ଯାଇଥିଲେ ଜଗନ୍ନାଥପୁର ଗାଁର ପୁରସ୍ତମ ଧଳ । ଗାଧୋଇବା ବେଳେ କୁମ୍ଭୀର ପୁରସ୍ତମ ଧଳଙ୍କୁ ଟାଣି ନେଇଯାଇଥିଲା । ଏହି ଖବର ଶୁଣିବା ପରେ ଗ୍ରାମବାସୀ ଦମକଳବାହିନୀଙ୍କୁ ଖବର ଦେଇଥିଲେ । ଦମକଳ ବାହିନୀ ପହଂଚି ବୋଟ ସହୟତାରେ ନଈରେ ଖୋଜାଖୋଜି କରୁଥିଲେ ମଧ୍ୟ ବୃଦ୍ଧାଙ୍କ କୌଣସି ପତ୍ତା ମିଳିନାହିଁ ।