ବିଲରେ ବୁଲୁଛି ବଉଳା କୁମ୍ଭୀର : କେନ୍ଦ୍ରାପଡା ରାଜନଗର ଅଂଚଳରେ ଚାଷ ଜମିକୁ ଯିବାକୁ ଭୟ କରୁଛନ୍ତି ଲୋକେ; ବନ୍ୟାପାଣି ବଢିବା ପରେ ଲୋକଙ୍କର ବଢୁଛି ଚିନ୍ତା

165

କନକ ବ୍ୟୁରୋ : ବିଲରେ ବୁଲୁଛି ବଉଳା କୁମ୍ଭୀର । ବିଲକୁ ଯିବାକୁ ଡରୁଛି ଚଷା ପୁଅ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ଅଂଚଳରେ । ପ୍ରବଳ ବର୍ଷା ଫଳରେ ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇଥିବାରୁ  ଏବେ କୁମ୍ଭୀର ଗୁଡିକ ଚାଷଜମିକୁ ଉଠି ଆସୁଥିବା ଦେଖିବାକୁ ମିଳୁଛି । ଆଜି ସକାଳେ କିଛି କୃଷକ ନିଜ ଜମିକୁ ଚାଷପାଇଁ ଯାଇଥିବା ବେଳେ ଦେଖିଥିଲେ ଏହି ବିଶାଳକାୟ କୁମ୍ଭୀର । ଚାଷୀଙ୍କୁ ଦେଖି କୁମ୍ଭୀରଟି ପୁଣି ହଁସୁଆ ନଦୀ ଭିତରକୁ ପଳେଇଯାଇଥିଲା । କିନ୍ତୁ ଭୟରେ ଆଉ ଚାଷ କାମ ନକରି ଫେରିଆସିଥିଲେ ସ୍ଥାନୀୟ ଲୋକେ । ପ୍ରତିବର୍ଷ ବନ୍ୟାପାଣି ମାଡିଆସିଲେ ଏଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି ସାଧାରଣ ଲୋକେ ।