କନକ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀରୁ ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର । ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନିକଟ ନଦୀରେ ମାଛ ଧରିବାକୁ ପାର ହେଉଥିବାବେଳେ ଭେକ୍ଟା ଗାଁର ଉମାରାଣୀ ପରିଡାଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇଯାଇଛି । ଖବର ପାଇ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀମାନେ ଡଙ୍ଗା ସାହାଯ୍ୟରେ ମହିଳାଙ୍କୁ ଖୋଜାଖୋଜି କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ମହିଳାଙ୍କ ପତା ମିଳିନାହିଁ । ପୂର୍ବରୁ ଏହି ଅଂଚଳରେ ଏକାଧିକ ଲୋକଙ୍କୁ କୁମ୍ଭୀର ଟାଣି ନେଇଥିବା ଖବର ସାମନାକୁ ଆସିଛି ।
ଭିତରକନିକା ଜାତୀୟ ଉଦ୍ୟାନ ନିକଟ ନଦୀରୁ ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର । ମାଛ ଧରିବାକୁ ନଦୀ ପାରବେଳେ ଟାଣି ନେଇଥିବା ସୂଚନା ।
/kanak/media/post_attachments/wp-content/uploads/2021/06/b1847178-d4a9-4940-b8df-779f1601fdeb.jpg)