ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଂଜ । ଖୋର୍ଧାର ଦଳେଇପୁଟରେ ଦୁର୍ବୁତଙ୍କ ବୋମାମାଡ , ସିସିଟିଭିରେ କଏଦ ହେଲା ପୁରା ଦୃଶ୍ୟ

144

କନକ ବ୍ୟୁରୋ : ପୁଣି ପୁଲିସଙ୍କୁ ଅପରାଧୀଙ୍କ ଖୋଲା ଚାଲେଂଜ । ପୁଲିସ ଉପସ୍ଥିତିରେ ବୋମାମାଡ କରି ଫେରାର ହେଲେ ଦୁର୍ବୃତ । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ସଦର ଥାନା ଦଳେଇପୁଟ ଠାରେ ବାସ କରୁଥିବା ଟୁକୁନି ସାହୁଙ୍କ ଘର ଉପରକୁ ତୃତୀୟ ଥରପାଇଁ ବୋମାମାଡ ହୋଇଛି । ସିସିଟିଭିରେ କଏଦ ହୋଇଛି ବୋମାମାଡର ଦୃଶ୍ୟ । ଗତ ୧୧ ଓ ୧୮ ତାରିଖରେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ କରିଥିଲେ ଦୁର୍ବୃତ ।

ତେଣୁ ପୁଲିସ ସୁରକ୍ଷା ମାଗିଥିଲେ ଟୁକୁନି ସାହୁ । ସୁରକ୍ଷା ପାଇଁ ୪ ପୁଲିସ ନିୟୋଜିତ ଥିଲେ ବି ୪ଟି ବୋମାମାଡ କରିଛନ୍ତି ଅଜଣା ବ୍ୟକ୍ତି । ଗତ ୧୧ ତାରିଖରେ ବୋମାମାଡ ଘଟଣାରେ ଜଣେ ଗିରଫ ହୋଇଥିଲେ ବି ପୁଣିଥରେ ଏଭଳି ବୋମାମାଡ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳାଇଦେଇଛି । କିଏ କାହିଁକି ବୋମାମାଡ କରୁଛି ସେନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ସଦର ଥାନା ଅଧିକାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।