କନକ ବ୍ୟୁରୋ: ଅନୈତିକ ସମ୍ପର୍କ ସନ୍ଦେହରୁ ହୋଇଥିବା ହତ୍ୟାର ପର୍ଦ୍ଦାଫାଶ କରିଛି କେନ୍ଦ୍ରାପଡା ମାର୍ଶାଘାଇ ପୋଲିସ । ୩ବର୍ଷ ପରେ ଧରାପଡିଛନ୍ତି ଅପରାଧୀ । ସାନ ଭାଇର ପତ୍ନୀଙ୍କ ସହ ବଡ଼ ଭାଇର ଅନୈତିକ ସର୍ମ୍ପକକୁ ନେଇ ସନ୍ଦେହ ପରେ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଶେଷରେ ବିବାଦର ସମାଧାନ ପାଇଁ ଦୁଇ ଭାଇ ମିଶି ସୋନାଲିଙ୍କୁ ହତ୍ୟା କରିଥିଲେ ।

Advertisment
  • ଅନୈତିକ ସମ୍ପର୍କ ସନ୍ଦେହରୁ ହତ୍ୟା
  • ୩ ବର୍ଷ ପରେ ଧରାପଡିଲେ ଅପରାଧୀ

ତିିନି ବର୍ଷ ପରେ ଏକ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି କେନ୍ଦ୍ରାପଡା ମର୍ଶାଘାଇ ପୁଲିସ । ସାନ ଭାଇର ପତ୍ନୀ ସୋନାଲିଙ୍କ ସହ ବଡ଼ ଭାଇର ଅନୈତିକ ସମ୍ପର୍କ ଥିଲା ବୋଲି ସାନ ଭାଇ କରୁଥିଲା ସନ୍ଦେହ । ଯାହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଶେଷରେ ବିବାଦର ସମାଧାନ ପାଇଁ ଦୁଇ ଭାଇ ମିଶି ସୋନାଲିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ । ସୋନାଲିଙ୍କୁ ଭିତର କନିକା ବୁଲାଇ ନେବାକୁ କହି ଦୁଇ ଭାଇ ତାଙ୍କୁ ସାଙ୍ଗରେ ନେଇଯାଇଥିଲେ । ଫେରିବା ବେଳକୁ ରାତି ହୋଇଯିବାରୁ ସୋନାଲିଙ୍କୁ ରାସ୍ତାକଡରେ ଏକ ସ୍ଥାନରେ ଶୋଇବାକୁ କହିଥିଲେ । ସେ ଶୋଇପଡିବା ପରେ ଛୁରୀରେ ତାଙ୍କର ତଣ୍ଟି କାଟି ହତ୍ୟା କରିଥିଲେ ଦୁଇ ଅଭିଯୁକ୍ତ । ଆଉ ସୋନାଲିଙ୍କ ଛୋଟ ଛୁଆକୁ ନିକଟରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ପିଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ହେଲେ ସୌଭାଗ୍ୟବଶତଃ ଛୋଟ ପିଲାଟି ବଞ୍ଚିଯାଇଥିଲା ।

  • କେମିତି ଧରାପଡିଲେ ଦୁଇ ଭାଇ?
  • ଧରାପକାଇଦେଲା ସୋନାଲିଙ୍କ ପୁଅ

କେନ୍ଦୁଝର ଜିଲ୍ଲା ଆମ୍ବନାଳିଆ ଅଞ୍ଚଳର ଝିଅ ସୋନାଲି ବେହେରା କେନ୍ଦ୍ରାପଡା ଜିଲ୍ଲା ମର୍ଶାଘାଇ ବ୍ଲକ ଖମଗାବିନ୍ଧା ଗାଁର ପ୍ରବିତ୍ର ଖୁଣ୍ଟିଆଙ୍କୁ ପ୍ରେମ କରୁଥିଲେ । ଉଭୟ ୨୦୧୩ରେ ବିବାହ ମଧ୍ୟ କରିଥିଲେ । ଉଭୟଙ୍କ ଦୁଇଟି ପିଲା ଅଛନ୍ତି । ହେଲେ ଇଟା ଭାଟିରେ କାମ କରୁଥିବା ପବିତ୍ର ଅନେକ ସମୟରେ କାମ ପାଇଁ ବାହାରକୁ ଯାଉଥିଲେ । ଏହି ସମୟରେ ବଡ ଭାଇ ମଦନଙ୍କ ସହ ପତ୍ନୀ ସୋନାଲିଙ୍କ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରିଥିଲେ ପବିତ୍ର । ଯାହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଶେଷରେ ସେମାନେ ସୋନାଲିଙ୍କୁ ରାସ୍ତାରୁ ହଟାଇଦେଇଥିଲେ । ଜୁନ୍, ୨୦୨୧ରେ ମହାକାଳପଡ଼ା ଜମ୍ବୁ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଜଙ୍ଗଲ ନିକଟରୁ ସୋନାଲିଙ୍କ ମୃତଦେହ ସହ ୨ ବର୍ଷର ପୁଅ ମିଳିଥିଲା । ହତ୍ୟା ପରେ ଦୁଇ ଭାଇ ବାରମ୍ବାର ସିମ୍ ପରିବର୍ତର୍ନ କରୁଥିବାରୁ ପୁଲିସ ସେମାନଙ୍କ ପାଖରେ ପହଞ୍ଚିବା ସହଜ ହେଉନଥିଲା । ତେବେ ବଞ୍ଚିଯାଇଥିବା ଛୁଆଟି କାହାର ବୋଲି ପୁଲିସ୍ ଗୁରୁତ୍ୱ ଦେଇଥିଲା ଏବଂ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରିଥିଲା ।