ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଚୋରି ମାମଲା: ଇଣ୍ଟରପୋଲର ସହାୟତା ଲୋଡ଼ିବ କ୍ରାଇମବ୍ରାଂଚ

108

କନକ ବ୍ୟୁରୋ: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ତଥ୍ୟ ଲିକ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହି ଘଟଣାରେ ବିଦେଶୀ ଲିଙ୍କ ସାମ୍ନାକୁ ଆସିବା ପରେ ଇଂଟରପୋଲର ସହାୟତା ଲୋଡିବ କ୍ରାଇମବ୍ରାଂଚ । ଘଟଣାରେ ବ୍ୟାଙ୍କ ଆକାଂଉଟ, ଫୋନ ଓ ପାକିସ୍ତାନୀ ମହିଳା ବିଦେଶରୁ ରହି ଅପରେଟ କରୁଥିବାରୁ ଇଂଟରପୋଲର ସହାୟତା ନିଆଯିବ ।

ଚାନ୍ଦିପୁର ଘାଟିରୁ ଗୁପ୍ତତଥ୍ୟ ଲିକ ଘଟଣାରେ ବର୍ତମାନ ସୁଦ୍ଧା ଘାଟିର ୫ଜଣ ଠିକା କର୍ମଚାରୀ ଗିରଫ ହୋଇଛନ୍ତି । ସେମାନଙ୍କୁ ପଚରାଉଚାର କରୁଛି କ୍ରାଇମବ୍ରାଂଚ । ଏପରିକି ରହସ୍ୟମୟୀ ଯୁବତୀଙ୍କ ସହ ଅଭିଯୁକ୍ତଙ୍କ ଟଙ୍କା କାରବାରର ପ୍ରମାଣ ବି ମିଳିଛି । ପୂର୍ବରୁ କ୍ରାଇମବ୍ରାଂଚ କହିଥିଲା . ସୋସିଆଲ ମିଡିଆରରେ ଯୁବତୀଙ୍କ ସହ ସମ୍ପର୍କ ହେବା ପରେ ଅଭିଯୁକ୍ତଙ୍କ ନିକଟକୁ ଦୁବାଇରୁ ଆସିଥିଲା ଟଙ୍କା ।

ପ୍ରଥମେ ଫୋନରେ ଯୋଗାଯୋଗ ପରେ ଟଙ୍କା ଆସୁଥିଲା । ମହିଳା ଜଣକ ୟୁକେର ଏକ ମୋବାଇଲ ନମ୍ବର ବ୍ୟବହାର କରୁଥିଲେ । ଏପିରିକି ବ୍ରହ୍ମୋସ ସମେତ ବିଭିନ୍ନ କ୍ଷେପଣାସ୍ତ୍ର ତଥ ପାକିସ୍ତାନ ହାତରେ ଲାଗିଥିବା ସନ୍ଦେହରେ ଭାରତୀୟ ବାୟୁସେନାର ଏକ ଟିମ ମଧ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା ।