ଆଜିଠୁ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ : ପିଏ ପିଟର ଡେଭିଡ୍ ସହ ହୋଇପାରେ ମୁହାଁମୁହିଁ ଜେରା

Advertisment
ଆଜିଠୁ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ : ପିଏ ପିଟର ଡେଭିଡ୍ ସହ ହୋଇପାରେ ମୁହାଁମୁହିଁ ଜେରା

କନକ ବ୍ୟୁରୋ : ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ । ଟାଟା ମୋଟର୍ସର ଠକେଇ ସିଣ୍ଡିକେଟର ଅଧିକ ଖୋଳତାଡ ପାଇଁ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି । ଝାରପଡା ଜେଲରୁ ଆକାଶଙ୍କୁ କ୍ରାଇମବ୍ରାଂଚ ମୁଖ୍ୟାଳୟ ନିଆଯିବ । ସେଠାରେ ପ୍ରଦୀପ - ଆକାଶ- ସର୍ବେଶ୍ୱର ସିଣ୍ଡିକେଟର ରହସ୍ୟ ଖୋଲିବେ ତଦନ୍ତକାରୀ ଟିମ ।

କେମିତି ଏହି ଠକେଇ ସିଣ୍ଡିକେଟ ତିଆରି ହୋଇଥିଲା ? କେମିତି ପ୍ରାର୍ଥୀ ଯୋଗାଡ କରାଯାଉଥିଲା? ଗୋପାଳପୁର ଏବଂ ବ୍ରହ୍ମପୁର ଅଂଚଳରୁ ପ୍ରଦୀପ କେତେଜଣ ପ୍ରାର୍ଥୀଙ୍କ ଚାକିରି ପାଇଁ ତାଙ୍କ ପାଖକୁ ବାୟୋଡାଟା ପଠାଇଥିଲେ? କାହିଁକି ପ୍ରଦୀପ ତାଙ୍କ ଆକାଉଂଟକୁ ଟଙ୍କା ପଠାଉଥିଲେ? କେମିତି ତିଆରି ହେଉଥିଲା ଜାଲ ନିଯୁକ୍ତି ପତ୍ର? ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି ? ରହସ୍ୟ ଉପରୁ ପରଦା ହଟାଇବା ପାଇଏମିତି ଗଦା ଗଦା ପ୍ରଶ୍ନର ଉତର ଖୋଜିବ ତଦନ୍ତକାରୀ ଟିମ୍ ।

ପିଏ ଡେଭିଡ୍ ପିଟର ସହ ଆକାଶଙ୍କର ମୁହାଁମୁହିଁ ଜେରା ହୋଇପାରେ । ଠକେଇ ସମ୍ପର୍କରେ ପିଟର ଯେଉଁ ସବୁ ତଥ୍ୟ ଦେଇଛି ତାକୁ ନେଇ ଜେରା କରାଯିବ । ଏଥିସହ ପ୍ରାର୍ଥୀଙ୍କ କନଫରମେସନ ଲେଟରରେ ଆକାଶଙ୍କର ଯେଉଁ ଦସ୍ତଖତ ରହିଛି ତାହାକୁ ପ୍ରମାଣ କରିବା ଲାଗି ଫରେନସିକ୍ ଲାବରେଟୋରିକୁ ପଠାଯିବ । ରିମାଣ୍ଡ ସମୟରେ ଆକାଶଙ୍କ ଦସ୍ତଖତ ସଂଗ୍ରହ କରାଯାଇ ତାକୁ ମେଳ କରାଯିବ । ଏହା ଏକ ବଡ ସିଣ୍ଡିକେଟ ହୋଇଥିବାରୁ ଅଭିଯୁକ୍ତ ବିଧାୟକ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଭି. ସର୍ବେଶ୍ୱର ରାଓଙ୍କୁ ମଧ୍ୟ ଜେରା କରିବ କ୍ରାଇମବ୍ରାଂଚ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe