କନକ ବ୍ୟୁରୋ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ନେଇଥିବା ରିମାଣ୍ଡ ଅବଧି ଶେଷ ହୋଇଛି । ରିମାଣ୍ଡ ଅବଧି ଶେଷ ପରେ ଘଟଣାର ମୁଖ୍ୟ କାର୍ପଟଦାର ଶର୍ମିଷ୍ଠା ରାଉତଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଆଜି ଚାନ୍ଦବାଲି ନେଇଛି କ୍ରାମଇମବ୍ରାଂଚ । ଆଜି ଶର୍ମିଷ୍ଠାଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯିବ ।
ଏହି ଘଟଣାର ଅଧିକ ଖୋଳତାଡ କରିବାକୁ ଅଧିକ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ଏହାସହ ଶର୍ମିଷ୍ଠାଙ୍କ ଘରୁ ମିଳିଥିବା ନିରଂଜନଙ୍କ ଡାଏରୀରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ଅନୁମାନ କରି ଡାଏରୀ ଉପରେ ତଦନ୍ତ ହେବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।