ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ  ମାମଲାରେ କ୍ରାଇମବ୍ରାଂଚ ହାତକୁ ଗଲା ତଦନ୍ତଭାର ।  କିଛି ସ୍ଥାନରେ ଟିମର ତନାଘନା, ମୁଖ୍ୟ ଅଭିଯୁକ୍ତଙ୍କୁ ନୋଟିସ ସୂଚନା

77

କନକ ବ୍ୟୁରୋ : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା ଏବେ ନୂଆମୋଡ ନେଇଛି ।  କ୍ରାଇମବ୍ରାଂଚକୁ ମାମଲାର ତଦନ୍ତ ଭାର ଦିଆଯାଇଛି । ଏହି ନିର୍ଦ୍ଦେଶ ପରେ  ଭୁବନେଶ୍ୱର ମହିଳା ଥାନାରୁ  ମାମଲା ସମ୍ପର୍କିତ କାଗଜପତ୍ର ନେଇଛି ତଦନ୍ତକାରୀ ଏଜେନ୍ସି ।  ବୁଧବାରଦିନ କ୍ରାଇମବ୍ରାଞ୍ଚର ଏକ ଟିମ  ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରିଛି ।  ସୂଚନା ଅନୁସାରେ,  ମୁଖ୍ୟ ଅଭିଯୁକ୍ତକୁ ତଦନ୍ତକାରୀ ଏଜେନ୍ସି ନୋଟିସ ଜାରି କରିଛି ।

ନାବାଳିକା ଗଣଦୁଷ୍କର୍ମ ଘଟଣାରେ ତଦନ୍ତ କମିଶନରେଟ ପୁଲିସ କରୁଥିଲା । କିନ୍ତୁ  ତଦନ୍ତ ସଠିକ ଦିଗରେ ଯାଉନଥିବା ଅଭିଯୋଗ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି ।  ଓଟିଭି ଅଫିସରେ କାର୍ଯ୍ୟ କରୁଥିବା ଜଣେ ମହିଳା   ଲକଡାଉନ ସମୟରେ ତାଙ୍କ ଝିଅକୁ  ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଥିଲେ ।  ଏଥିରେ ଜଣେ ପୁଲିସ କର୍ମଚାରୀ, ଓଟିଭିର କିଛି କର୍ମଚାରୀଙ୍କ ସହ  ୭ଜଣ ସାମିଲ ଥିବା ଅଭିଯୋଗ ହୋଇଥିଲା ।

ଗତ ଅଗଷ୍ଟ ୩୦ ତାରିଖରେ  ମହିଳାଜଣକ ମହିଳା ଥାନରା ଲିଖିତ ଅଭିଯୋଗ କରିଥିଲେ ।  ଘଟଣାରେ ମହିଳା କମିଶନ ଓଟିଭିର ଏମଡି ଜାଗିମଙ୍ଗତ ପଣ୍ଡାଙ୍କୁ ହାଜର ପାଇଁ ନୋଟିସ ଜାରି କରିଥିଲେ ।  ଥରେ ସେ ହାଜର ହୋଇଥିଲେ ବି ନିଜ ପକ୍ଷ ରଖିନଥିଲେ । ପରେ ହାଜର ପାଇଁ ନିଜ ପ୍ରତିନିଧିକୁ ପଠାଇଥିଲେ ।  ସେପଟେ ଥାନାରେ ଅଭିଯୋଗ ହେବାର  ୩୬ ଦିନ ପରେ ବି କମିଶନରେଟ ପୁଲିସ  ଘଟଣାରେ କିଛି ଟେର ପାଇନଥିଲା  । ଶେଷରେ ତଦନ୍ତ ପାଇଁ ମାମଲା କ୍ରାଇମବ୍ରାଂଚକୁ ଯାଇଛି ।