କ୍ରାଇମବ୍ରାଂଚ ହାତକୁ ଗଲା ସାରୁଅ ଜମି ଜବରଦଖଲ ମାମଲା । ତଦନ୍ତ କରିବା ଚିଠି ଲେଖି ଅନୁରୋଧ କଲା ରାଜସ୍ୱ ବିଭାଗ : ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନିଆଗଲା ପଦକ୍ଷେପ

56

କନକ ବ୍ୟୁରୋ : କ୍ରାଇମବ୍ରାଂଚ ହାତକୁ ଗଲା ସାରୁଅ ଜମି ଜବରଦଖଲ ମାମଲା । କ୍ରାଇମ୍ବ୍ରାଂଚ ତଦନ୍ତ କରିବାରୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତଦନ୍ତ କରିବା ଚିଠି ଲେଖି ଅନୁରୋଧ କରିଛି ରାଜସ୍ୱ ବିଭାଗ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ପଦକ୍ଷେପ ନିଆ ଯାଇଛି ।

ଜମି କିଣା ବିକାରେ ଅନିୟମିତତା ଅଭିଯୋଗ ହୋଇଥିବା ଜିଲ୍ଲାପାଳଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି । ସାରୁଅରେ ବର୍ଷ ବର୍ଷ ଧରି ଜମି ଜବରଦଖଲ କରି ବେନାମୀ ଟଙ୍କା କାରବାର ଚାଲିଥିବା ରିପୋର୍ଟରୁ ଜଣା ପଡିଛି । ଆଉ ଏଥିପାଇଁ ଜଣେ ଅନୂସୁଚିତ ଜାତିର ବ୍ୟକ୍ତିଙ୍କୁ ବ୍ୟବହାର କରାଯାଇଥିବା କୁହାଯାଇଛି ।

Comments are closed.