କନକ ବ୍ୟୁରୋ : କ୍ରାଇମବ୍ରାଂଚ ହାତକୁ ଗଲା ସାରୁଅ ଜମି ଜବରଦଖଲ ମାମଲା । କ୍ରାଇମ୍ବ୍ରାଂଚ ତଦନ୍ତ କରିବାରୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତଦନ୍ତ କରିବା ଚିଠି ଲେଖି ଅନୁରୋଧ କରିଛି ରାଜସ୍ୱ ବିଭାଗ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ପଦକ୍ଷେପ ନିଆ ଯାଇଛି ।
ଜମି କିଣା ବିକାରେ ଅନିୟମିତତା ଅଭିଯୋଗ ହୋଇଥିବା ଜିଲ୍ଲାପାଳଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି । ସାରୁଅରେ ବର୍ଷ ବର୍ଷ ଧରି ଜମି ଜବରଦଖଲ କରି ବେନାମୀ ଟଙ୍କା କାରବାର ଚାଲିଥିବା ରିପୋର୍ଟରୁ ଜଣା ପଡିଛି । ଆଉ ଏଥିପାଇଁ ଜଣେ ଅନୂସୁଚିତ ଜାତିର ବ୍ୟକ୍ତିଙ୍କୁ ବ୍ୟବହାର କରାଯାଇଥିବା କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/28-12.jpg)