କ୍ରାଇମବ୍ରାଂଚ ହାତକୁ ଗଲା ସାରୁଅ ଜମି ଜବରଦଖଲ ମାମଲା । ତଦନ୍ତ ପାଇଁ ଚିଠି ଲେଖିଲା ରାଜସ୍ୱ ବିଭାଗ । ଡ୍ରାଇଭର ନାଁରେ କୋଟି କୋଟି ଟଙ୍କାର ହୋଇଛି ବେନାମୀ ଜମି କିଣାବିକା । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନିଆଗଲା ପଦକ୍ଷେପ ।

148

କନକ ବ୍ୟୁରୋ : ଖୋର୍ଦ୍ଧାର ସାରୁଅରେ ଘଟିଥିବା ଜମି କାରବାର ଘଟଣାରେ କ୍ରାଇମବ୍ରାଂଚ ତଦନ୍ତ ହେବ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ସରକାର ନିଷ୍ପତି ନେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳ ତାଙ୍କ ରିପୋର୍ଟରେ କହିଛନ୍ତି, ଜଣେ ଡ୍ରାଇଭରଙ୍କ ନାଁରେ ଜାଲିଆତି କରି ବହୁ ପରିମାଣରେ ଜମି କିଣା ଯାଇଛି । ଅନୁସୂଚିତ ଜାତିର ଲୋକଙ୍କଠାରୁ କିଣାଯାଇଥ୍ିବାରୁ ସେହି ଡ୍ରାଇଭର ଜଣଙ୍କୁ ବ୍ୟବହାର କରାଯାଇଥିଲା ।

ଜମି କିଣା ବିକାରେ ଅନିୟମିତତା ଅଭିଯୋଗ ହୋଇଥିବା ଜିଲ୍ଲାପାଳଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି । ସାରୁଅରେ ବର୍ଷ ବର୍ଷ ଧରି ଜମି ଜବରଦଖଲ କରି ବେନାମୀ ଟଙ୍କା କାରବାର ଚାଲିଥିବା ରିପୋର୍ଟରୁ ଜଣା ପଡିଛି । ଆଉ ଏଥିପାଇଁ ଜଣେ ଅନୂସୁଚିତ ଜାତିର ବ୍ୟକ୍ତିଙ୍କୁ ବ୍ୟବହାର କରାଯାଇଥିବା କୁହାଯାଇଛି ।

ତେବେ ଏନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ତଦନ୍ତ କରିବା ପାଇଁ ଚିଠି ଲେଖି ଅନୁରୋଧ କରିଥିଲାି ରାଜସ୍ୱ ବିଭାଗ ।