ସାରୁଅ ଜମି ଦୁର୍ନୀତି ମାମଲାର ତଦନ୍ତ ପାଇଁ ଆୟକର ବିଭାଗକୁ ଜଣାଇଲା କ୍ରାଇମବ୍ରାଞ୍ଚ । ଏଡିଜି କହିଲେ, ଅନୁସୂଚିତ ଜାତିର ଲୋକଙ୍କ ଜମିକୁ ଚଞ୍ଚକତା କରି କରାଯାଇଛି ହଡପ 

82

କନକ ବ୍ୟୁରୋ : ଖୋର୍ଦ୍ଧା ସାରୁଅରେ ଥିବା ଅନୁସୂଚିତ ଜାତିର ୭.୨୯୪ ଏକର ଜମିକୁ ବେନାମୀ କାରବାର କରି କିପରି ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ ହଡ଼ପ କରିଥିଲା, ତା’ର ପୂରା ବିବରଣୀ ଦେଇଛି କ୍ରାଇମବ୍ରାଂଚ । ଅନୁସୂଚିତ ଜାତି ଲୋକଙ୍କ ଜମିକୁ କିଣିବା ନେଇ ଆଇନରେ ପ୍ରତିବନ୍ଧ ଥିବାରୁ ଚଂଚକତା କରି କଂପାନୀରେ କାମ କରୁଥିବା ଜଣେ ଡ୍ରାଇଭର ରବି ସେଠୀଙ୍କୁ ବ୍ୟବହାର କରାଯାଇଥିବା ପ୍ରେସମିଟ୍ କରି କହିଛନ୍ତି କ୍ରାଇମବ୍ରାଂଚ ଏଡିଜି । ରବି ସେଠୀ ନିଜେ ଅନୁସୂଚିତ ଜାତିର ହୋଇଥିବାରୁ ଅନୁସୂଚିତ ଜାତିର ଲୋକଙ୍କ ଜମିକୁ ତାଙ୍କ ନାଁରେ କିଣା ଯାଇଥିଲା ଏବଂ ସେହି ଜମିକୁ ଓଡ଼ିଶା ଇନଫ୍ରାଟେକକୁ ହସ୍ତାନ୍ତର କରାଯାଇଥିଲା । ତେବେ ରବି ସେଠୀଙ୍କୁ ଏଥିପାଇଁ କୌଣସି ଟଙ୍କା ଦିଆଯାଇନଥିବା ତଦନ୍ତରୁ ଜଣାପଡ଼ିଛି ।

ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ମୁଖ୍ୟ ପ୍ରମୋଟର ବୈଜୟନ୍ତ ପଣ୍ଡା ଓ ଜଗିମଙ୍ଗତ ପଣ୍ଡା ରହିଥିବା କହିଛନ୍ତି ଏଡିଜି । ମାମଲାରେ କଂପାନୀର ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀ ଓ ଅଥରାଇଜ୍ ସିଗ୍ନୋଟାରି ଶିବପ୍ରସାଦ ଶ୍ରୀଚନ୍ଦନକୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି । ତେବେ ବେନାମୀ କାରବାରର ତଦନ୍ତ ରାଜ୍ୟସରକାରଙ୍କ ପରିସରଭୁକ୍ତ ହୋଇ ନଥିବାରୁ ଏହାର ତଦନ୍ତ ପାଇଁ ଆୟକର ବିଭାଗକୁ ଅନୁରୋଧ କରିଛି କ୍ରାଇମବ୍ରାଂଚ ।

କ୍ରାଇମବ୍ରାଂଚ ଏଡିଜିଙ୍କ ପ୍ରେସମିଟ୍ ପରେ ଓଟିଭି ନ୍ୟୁଜ ଚ୍ୟାନେଲରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଓଟିଭି ପକ୍ଷରୁ କୁହାଯାଇଛି ଯେ ଏହା ରାଜ୍ୟ ସରକାରଙ୍କ ତଦନ୍ତର ପରିସରଭୁକ୍ତ ନଥିବା ଶେଷରେ ସ୍ୱୀକାର କରିଛି କ୍ରାଇମବ୍ରାଂଚ ।