ଇଣ୍ଟରଲକିଂ ସମସ୍ୟା ପାଇଁ ହୋଇଛି ଦୁର୍ଘଟଣା । ଚିହ୍ନଟ ହୋଇଛନ୍ତି ଦୁର୍ଘଟଣା ପାଇଁ ଦାୟୀ ଥିବା ବ୍ୟକ୍ତି : ଅଶ୍ୱିନୀ ବୈଷ୍ଣବ
କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା କେମିତି ହେଲା? କାହାର ଭୁଲ ରହିଛି ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ବାହାନଗା ରେଳ ଦୁର୍ଘଟଣା ନେଇ ଜଣାପଡିଛି ମୂଳ କାରଣ । ଇଂଣ୍ଟରଲକିଂ ସିଷ୍ଟମରେ ସମସ୍ୟା ପାଇଁ ଘଟିଛି ଦୁର୍ଘଟଣା । ଇଲେକଟ୍ରୋନିକ୍ ଇଣ୍ଟରଲକିଂ ପାଇଁ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ବି ଚିହ୍ନଟ ହୋଇଛନ୍ତି । ବଡ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ରେଳର ସୁରକ୍ଷା କବଚ ନେଇ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ଦୁର୍ଘଟଣା ସହ ‘କବଚର’ କୌଣସି ସମ୍ପର୍କ ନାହିଁ । ଗତକାଲି ମମତା ବାନାର୍ଜୀ କବଚକୁ ନେଇ ଯେଉଁ ପ୍ରଶ୍ନ ଉଠାଇଥିଲେ ତାହା ସମ୍ପୁର୍ଣ୍ଣ ଭିତିହିନ । ତାଙ୍କୁ ଏହି ବିଷୟରେ ଯେତିକି ଜଣା ଅଛି ସେ ସେତିକି ହିଁ କହିଛନ୍ତି । ଇଲେକଟ୍ରୋନିକ୍ ଇଣ୍ଟରଲକିଂ ପାଇଁ ଏହି ଦୁର୍ଘଟଣା ହୋଇଛି । ଅଧିକ ତଦନ୍ତ ଚାଲିଛି । ଏହା ପଛରେ ଆଉ ଯାହା ବି କାରଣ ଅଛି ତାହା ଆଗକୁ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ