କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା କେମିତି ହେଲା? କାହାର ଭୁଲ ରହିଛି ? ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ବାହାନଗା ରେଳ ଦୁର୍ଘଟଣା ନେଇ ଜଣାପଡିଛି ମୂଳ କାରଣ । ଇଂଣ୍ଟରଲକିଂ ସିଷ୍ଟମରେ ସମସ୍ୟା ପାଇଁ ଘଟିଛି ଦୁର୍ଘଟଣା । ଇଲେକଟ୍ରୋନିକ୍ ଇଣ୍ଟରଲକିଂ ପାଇଁ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ବି ଚିହ୍ନଟ ହୋଇଛନ୍ତି । ବଡ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ସେପଟେ ରେଳର ସୁରକ୍ଷା କବଚ ନେଇ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ଦୁର୍ଘଟଣା ସହ 'କବଚର' କୌଣସି ସମ୍ପର୍କ ନାହିଁ । ଗତକାଲି ମମତା ବାନାର୍ଜୀ କବଚକୁ ନେଇ ଯେଉଁ ପ୍ରଶ୍ନ ଉଠାଇଥିଲେ ତାହା ସମ୍ପୁର୍ଣ୍ଣ ଭିତିହିନ । ତାଙ୍କୁ ଏହି ବିଷୟରେ ଯେତିକି ଜଣା ଅଛି ସେ ସେତିକି ହିଁ କହିଛନ୍ତି । ଇଲେକଟ୍ରୋନିକ୍ ଇଣ୍ଟରଲକିଂ ପାଇଁ ଏହି ଦୁର୍ଘଟଣା ହୋଇଛି । ଅଧିକ ତଦନ୍ତ ଚାଲିଛି । ଏହା ପଛରେ ଆଉ ଯାହା ବି କାରଣ ଅଛି ତାହା ଆଗକୁ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2023/06/25.jpg)