କେନାଲରୁ ଟ୍ରକକୁ ଉଠାଇବାକୁ ଖସିପଡିଲା କ୍ରେନ: ଅଳ୍ପକେ ବର୍ତ୍ତିଗଲେ କ୍ରେନ ଅପରେଟର

283

କନକ ବ୍ୟୁରୋ: କେନାଲ ଭିତରକୁ ଏକ ଟ୍ରକ ଖସି ପଡ଼ିଥିଲା । ପାଣି ଅଧିକ ଥିବାରୁ ଏହାର ଅଧାରୁ ଅଧିକ ଭାବେ ବୁଡ଼ି ଯାଇଥିଲା । ଟ୍ରକକୁ ଉଠାଇବାକୁ ଯାଇ ଫିଲ୍ମ ଷ୍ଟାଇଲରେ କେନାଲ ଭିତରକୁ ଖସି ପଡିଲା କ୍ରେନ୍ । ପୂରା ଦୃଶ୍ୟ କଏଦ ହୋଇଯାଇଛି କ୍ୟାମେରାରେ । ଏହି ଘଟଣା ଘଟିଛି ତାଳଚେରରେ । ତାଳଚେର କଲେଜ ନିକଟ ୧୪୯ ନମ୍ବର ଜାତୀୟ ରାଜପଥରେ ଏକ କେନାଲ ଭିତରକୁ ଏକ ଟ୍ରକ ଖସି ପଡ଼ିଥିଲା । ତାକୁ ଉଠାଇବା ପାଇଁ ଦୁଇଟି କ୍ରେନ୍ର ସହାୟତା ନିଆ ଯାଇଥିଲା । ଫିତା ବାନ୍ଧି ଟ୍ରକକୁ ଉଦ୍ଧାର କରିବାକୁ ଉଦ୍ୟମ ହୋଇଥିଲା । ଟ୍ରକ ମଧ୍ୟ ଉଠି ଆସୁଥିଲା । କିନ୍ତୁ ସେହି ସମୟରେ ହଠାତ୍ କ୍ରେନ୍ର ଫିତା ଛିଡ଼ିଗଲା । ଫିତା ଛିଡ଼ିଯିବାରୁ ଗୋଟିଏ କ୍ରେନ୍ ତଳକୁ ଖସି ପଡିଥିଲା । ପୂରା ଫିଲ୍ମ ଷ୍ଟାଇଲ୍ରେ ଘଟିଥିଲା ଘଟଣା । ଯାହାର ସଂପୂର୍ଣ୍ଣ ଚିତ୍ର କଏଦ ହୋଇ ଯାଇଥିଲା କ୍ୟାମେରାରେ । ସବୁଠୁ ବଡ଼ କଥା ହେଲା ଅଳ୍ପକେ ବର୍ତି ଯାଇଥିଲେ କ୍ରେନ୍ ଅପରେଟର । ତେବେ ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।