କନକ ବ୍ୟୁରୋ : ଭୁବନେଶ୍ୱର ଶିଶୁଭବନ ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଚଢିଗଲା କ୍ରେନ । ଟ୍ରାଫିକ ପୋଷ୍ଟ ଉପରେ କ୍ରେନଟି ଚଢିଯାଇଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ଟ୍ରାଫିକ ପୁଲିସ । କ୍ରେନଟି ଚଢିଯିବା ଫଳରେ ଟ୍ରାଫିକ ପୋଷ୍ଟଟି ଭାଙ୍ଗିଯାଇଥିଲା । ଯେଉଁ କ୍ରେନଟି ଦୁର୍ଘଟଣା ଘଟାଇଥିଲା ସେହି କ୍ରେନଟି ହିଁ ଟ୍ରାଫିକ ପୋଷ୍ଟଟିକୁ ଟେକିକି ନେଇଛି ।
ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରାଫିକ ପୋଷ୍ଟଟିକୁ ସେହି କ୍ରେନରେ ନେଇଥିଲେ । ତେବେ ଏହି ଦୁର୍ଘଟଣାରେ ଟ୍ରାଫିକ ପୋଲିସ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/111.jpeg)