ପୁଣି ରୂପ ବଦଳାଇଲା କୋଭିଡ ଭାଇରସ । ନୂଆ ଭେରିଆଂଟ ଠାବ ହୋଇଥିବା ବୈଜ୍ଞାନିକଙ୍କ ସୂଚନା । ନାଁ ରହିଛି ଡେଲଟା ପ୍ଲସ

273

କନକ ବ୍ୟୁରୋ: କରୋନା ଭୂତାଣୁ ବାରମ୍ବାର ରୂପ ବଦଳାଉଛି । ଏବେ ଏହି ଭୂତାଣୁର ଆଉ ଏକ ନୂଆ ଭ୍ୟାରିୟାଂଟ ଠାବ କରିଛନ୍ତି ବୈଜ୍ଞାନିକ । ଯାହାର ନାଁ ଦିଆଯାଇଛି ଡେଲଟା ପ୍ଲସ ବା ଏୱାଇ-୧ । ବୈଜ୍ଞାନିକଙ୍କ ମତ ହେଉଛି ଏହି ଭାରିୟାଂଟ ଡେଲ୍ଟା ଭାରିୟାଂଟ ମ୍ୟୁଟେସନରୁ ସୃଷ୍ଟି ହୋଇଛି । ଦ୍ୱିତୀୟ ଲହରରେ ଆତଙ୍କ ଖେଳାଇଥିଲା ଡେଲଟା ଭ୍ୟାରିୟାଂଟ । ଦେଶରେ ଦ୍ରୁତ ଗତିରେ ମାଡି ଚାଲିବା ସହ ହଜାର ହାଜର ଲୋକଙ୍କ ଜୀବନ ନେଇଥିଲା ଭୂତାଣୁର ଡେଲଟା ଭାରିୟାଂଟ ।

ଏବେ ପ୍ରଶ୍ନ ଉଠୁଛି କରୋନା ଭୂତାଣୁର ଏହି ନୂଆ ଭ୍ୟାରିୟାଂଟ ଡେଲଟା ପ୍ଲସ, କଣ ଅଧିକ ସଂକ୍ରାମକ ହେବ କି । ତେବେ ଡେଲଟା ପ୍ଲସ ଭାରିୟାଂଟକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ବିଶେଷ ଚିନ୍ତିତ ନୁହଁନ୍ତି । ସେମାନଙ୍କ ମତରେ ଭାରତରେ ଏପର୍ଯ୍ୟନ୍ତ ଏହି ଭାରିୟାଂଟକୁ ନେଇ ଚିନ୍ତା କରିବାର କାରଣ ନାହିଁ । ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲଙ୍କ କହିବା କଥା ଏହି ଡେଲଟା ପ୍ଲସ୍ ଭାରିଏଂଟକୁ ନେଇ ଅଧିକ ଗବେଷଣା ହେଉଛି । ଏହି ଭାରିଏଂଟକୁ ନେଇ ଏବେ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ।