ଜାନୁଆରୀ ୩୧ ଯାଏଁ ବଢିଲା କୋଭିଡ ଗାଇଡଲାଇନ । କରୋନାର ନୂଆ ଷ୍ଟ୍ରେନ ପାଇଁ ନିଷ୍ପତ୍ତି ନେଲା କେନ୍ଦ୍ର ଗୃହମନ୍ତ୍ରାଳୟ

Advertisment
ଜାନୁଆରୀ ୩୧ ଯାଏଁ ବଢିଲା କୋଭିଡ ଗାଇଡଲାଇନ । କରୋନାର ନୂଆ ଷ୍ଟ୍ରେନ ପାଇଁ ନିଷ୍ପତ୍ତି ନେଲା କେନ୍ଦ୍ର ଗୃହମନ୍ତ୍ରାଳୟ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପୂର୍ବରୁ ଲାଗୁ କରାଯାଇଥିବା ଗାଇଡଲାଇନକୁ ଜାନୁୁଆରି ୩୧ ପର୍ୟ୍ୟନ୍ତ ବଳବତ୍ତର ରଖିଛନ୍ତି ‌‌କେନ୍ଦ୍ର ସରକାର। କରୋନାଭାଇରସ୍ ର ନୂଆ ଷ୍ଟ୍ରେନ (ନୂତନ ରୂପ) ଏବେ ସମଗ୍ର ବିଶ୍ବର ଚିନ୍ତା ବଢ଼ାଇଥିବା ବେଳେ ଏ କ୍ଷେତ୍ରରେ ଅଧିକ ସତର୍କ ରହିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ଜାନୁଆରି ୩୧,୨୦୨୧ ପର୍ୟ୍ୟନ୍ତ ପୂର୍ବରୁ ଲାଗୁଥିବା ଗାଇଡଲାଇନକୁ ବଳବତ୍ତର ରଖିବାକୁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି।

ଦେଶରେ ସକ୍ରିୟ ଏବଂ ନୂତନ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଥିଲେ ମଧ୍ୟ ବିଶ୍ବ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ସହ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ସତର୍କତା ବଜାୟ ରଖିବା ଆବଶ୍ୟକ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି। ଏହା ସହ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ପୂର୍ବରୁ ଯେଉଁ ଏସଓପି ଜାରି କରାଯାଇଥିଲା, ତାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯିବା ସହ କଣ୍ଟେଣ୍ଟମେଣ୍ଟ ଜୋନ ଚିହ୍ନଟ କରି ପୂର୍ବ ଭଳି କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ମନ୍ତ୍ରାଳୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe