କନକ ବ୍ୟୁରୋ: ମାହାଙ୍ଗା ନୃତାଙ୍ଗ ଅଞ୍ଚଳର ଡବଲ ମର୍ଡର ଘଟଣାରେ ଆସିଛି କୋର୍ଟଙ୍କ ନିର୍ଦ୍ଦେଶ । ସାଲେପୁର ଜେଏମଏଫସି କୋର୍ଟ ଏହି ଘଟଣାରେ ୩ ଜଣଙ୍କ କଲ୍ ଡିଟେଲ୍ସ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାପି ବିଶ୍ୱାଳ, ଶରତ ନାଏକ, ପ୍ରଫୁଲ ବିଶ୍ୱାଳଙ୍କ କଲ୍ ଡିଟେଲ୍ସ ବାହାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସାଲେପୁର ଜେଏମଏଫସି କୋର୍ଟ ପୋଲିସକୁ ତୁରନ୍ତ କଲ୍ ଡିଟେଲ୍ସ ଯାଞ୍ଚ କରିବାକୁ କହିଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ନୃତାଙ୍ଗ ପଞ୍ଚାୟତର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଥିଲା । ଏହି ଘଟଣା ପଛରେ ରାଜନୈତିକ ଶତ୍ରୁତା ଥିବା କୁହାଯାଇଥିଲା । ଶନିବାର ଏହି ଘଟଣାରେ ସାଲେପୁର ଜେଏମଏଫସି କୋର୍ଟ କଲ୍ ଡିଟେଲ୍ସ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମାହାଙ୍ଗା ନୃତାଙ୍ଗ ଅଞ୍ଚଳର ଡବଲ୍ ମର୍ଡର ମାମଲା
୩ ଜଣଙ୍କ କଲ୍ ଡିଟେଲ୍ସ ବାହାର କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ
ବାହାରିବ ବାପି ବିଶ୍ୱାଳ, ଶରତ ନାଏକ, ପ୍ରଫୁଲ ବିଶ୍ୱାଳଙ୍କ କଲ୍ ଡିଟେଲ୍ସ#KanakNewspic.twitter.com/XqTJV3hXIP— Kanak News (@kanak_news) November 20, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/38-12.jpg)