୨୬ବର୍ଷୀୟ ମହିଳାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଲେ କୋର୍ଟ। ଦିଲ୍ଲୀ ହାଇକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ।

134

କନକ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟ ଜଣେ ୨୬ ବର୍ଷୀୟ ମହିଳାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି । ଗର୍ଭସ୍ଥ ଶିଶୁର ସ୍ନାୟୁଗତ ସମସ୍ୟା ହେତୁ ମହିଳା ଜଣକ ୩୩ ସପ୍ତାହରେ ଗର୍ଭପାତ କରିବାକୁ ଅନୁମତି ମାଗିଥିଲେ । ମହିଳା ଜଣକ ଦାବି କରିଛନ୍ତି, ସେ ଗର୍ଭବତୀ ହେବା ପରଠାରୁ ଅନେକ ଅଲଟ୍ରାସାଉଣ୍ଡ କରିଛନ୍ତି । ହେଲେ ନଭେମ୍ବର କରିଥିବା ଅଲଟ୍ରାସାଉଣ୍ଡରୁ ଜାଣିବାକୁ ପାଇଛନ୍ତି, ଗର୍ଭସ୍ଥ ଶିଶୁଠାରେ ଗୁରୁତର ମସ୍ତିଷ୍କ ରୋଗର ଲକ୍ଷଣ ରହିଛି । ଏଥିପାଇଁ ସେ ହାଇକୋର୍ଟକୁ ଗର୍ଭପାତ ନେଇ ଅନୁମତି ମାଗିଥିଲେ । ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଏନେଇ ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।

ମହିଳାଙ୍କୁ ଗର୍ଭପାତ ନେଇ ଅନୁମତି ଦେବା ସହ କୋର୍ଟ କହିଛନ୍ତି, ଗର୍ଭଧାରଣ ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତି ନେବାର କ୍ଷମତା କେବଳ ଗର୍ଭବତୀ ମା’ର ରହିଛି । ତେବେ ଏହି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମା ଜଣକ ଗର୍ଭପାତ କରିପାରିବେ । କୋର୍ଟ ଆହୁରି ମଧ୍ୟ କହିଛନ୍ତି, ବର୍ତମାନ ଗର୍ଭବତୀ ମହିଳା, ଗର୍ଭପାତ କରିବାର ଅଧିକାର ସାରା ବିଶ୍ୱରେ ବିର୍ତକର ବିଷୟ ପାଲଟିଛି, ଏହି ଅଧିକାର ବଳରେ ଜଣେ ମହିଳା ସନ୍ତାନ ପ୍ରସବ କରିବାକୁ ଚାହୁଁଛି କି ନାହିଁ, ସେନେଇ ନିଷ୍ପତି ନେଇପାରିବେ ।