କନକ ବ୍ୟୁରୋ: ପଡ଼ୋଶୀ ଛତିଶଗଡ଼ ପରେ ଏବେ ଓଡ଼ିଶାରେ ଲାଲ ଆତଙ୍କ । ଫୁଲବାଣୀରେ ମାତିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ସଲାଗୁଡ଼ା ପଂଚାୟତ କୁସେରି ଗାଁରେ ଏଭଳି ବର୍ବରକାଣ୍ଡ ଘଟାଇଛନ୍ତି ମାଓବାଦୀ । ସ୍ୱାମୀ ଦାହିରା କହଁର ଓ ସ୍ତ୍ରୀ ବତାସି କହଁରଙ୍କୁ ହତ୍ୟା କରିଥିବା ସୂଚନା ରହିଛି, ଯାହାର ତଦନ୍ତ କରୁଛି ପୋଲିସ ।