କମୁଛି ଦେଶର ବେକାରୀ ସମସ୍ୟା। ଜାନୁଆରୀରେ ବେକାରୀ ହାର ସର୍ବନିମ୍ନ ।

163

କନକ ବ୍ୟୁରୋ: ଦେଶରେ କମିଛି ବେକାରୀ ସମସ୍ୟା। ଗତ ୪ମାସ ତୁୁଳନାରେ ଜାନୁଆରୀରେ ଦେଶରେ ବେକାରୀ ହାର ସର୍ବନିମ୍ନ ରହିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିକ ବା ସିଏମଆଇଇଏମ ରିପୋର୍ଟ ଅନୁସାରେ ଜାନୁଆରୀ ମାସରେ ଦେଶରେ ବେକାରୀ ସମସ୍ୟା ୭.୧୪ ପ୍ରତିଶତ ସ୍ତରକୁ ଖସିଛି । ୨୦୨୨ ଡିସେମ୍ବର ମାସରେ ଦେଶରେ ବେକାରୀ ହାର ୮.୩୦ ପ୍ରତିଶତ ଥିଲା ।

ନଭେମ୍ବର ମାସରେ ଏହା ୮ ପ୍ରତିଶତ ରହିଥିଲା । ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଅଧିକ ବେକାରୀ ହାର ରହିଥିବା ରିପୋର୍ଟରେ କୁହାଯାଇଛି । ସହରାଞ୍ଚଳରେ ବେକାରୀ ହାର ୮.୫୫ ପ୍ରତିଶତ ରହିଥିବାବେଳେ ଗ୍ରାମାଞ୍ଚଳରେ ୬.୪୮ ପ୍ରତିଶତ ରହିଛି । ସବୁଠୁ ଅଧିକ ବେକାରୀ ହାର ଜାମ୍ମୁକଶ୍ମୀରରେ ରହିଥିବାବେଳେ ଏହା ପରେ ଦିଲ୍ଲୀ, ଗୋଆ, ଅ।।ସାମ, ତ୍ରିପୁରା ରହିଛି । ସେହିପରି ଛତିଶଗଡ ପ୍ରଥମ ରାଜ୍ୟ ଯେଉଁଠି ବେକାରୀ ହାର କମ ରହିଛି । ଛତିଶଗଡରେ ପରେ ଓଡିଶା, ତାମିଲନାଡୁ, ମଧ୍ୟପ୍ରଦେଶରେ ବେକାରୀ ସମସ୍ୟା ହାର କମ ରହିଛି ।