ଦେଶର କରୋନା ରିପୋର୍ଟ : ଦେଶରେ ୬୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା; ୨୪ ଘଂଟାରେ ୮୬ ହଜାର ୮୨୧ ଆକ୍ରାନ୍ତ ଓ ହଜାରେରୁ ଅଧିକ ମୃତ

102

କନକ ବ୍ୟୁରୋ : ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୬୩ ଲକ୍ଷ ଟପିଲା । ଗତ ୨୪ ଘଂଟାରେ ସାରା ଦେଶରେ ୮୬ ହଜାର ୮୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ସଂକ୍ରମିତ ସଂଖ୍ୟା ୬୩ ଲକ୍ଷ ୧୨ ହଜାର ୫୮୫ରେ ପହଁଚିଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୯୮ ହଜାର ଅତିକ୍ରମ କରିଛି । ଗତ ୨୪ ଘଂଟାରେ ସାରା ଦେଶରେ ୧ ହଜାର ୧୮୧ ଜଣ ଙ୍କର କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହୋଇଛି ।

ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୯୮ ହଜାର ୬୭୮କୁ ବୃଦ୍ଧି ହୋଇଛି । ଦେଶରେ ବର୍ତମାନ ଆକ୍ଟିଭ୍ ମାମଲା ସଂଖ୍ୟା ୯ ଲକ୍ଷ ୪୦ ହଜାର ୭୦୫ରେ ପହଁଚିଛି । ସେହିପରି ସୁସ୍ଥ ସଂଖ୍ୟା ୫୨ ଲକ୍ଷ ୭୩ ହଜାର ୨୦୨ରେ ପହଁଚିଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।