୨୪ ଘଂଟାରେ ଦେଶର କରୋନା ଚିତ୍ର : ୯୬ ହଜାରରୁ ଅଧିକ ନୂଆ ରୋଗୀ ସହ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଲକ୍ଷ ପାର୍; ହଜାରେ ୧୭୪ ମୃତ୍ୟୁ

84

କନକ ବ୍ୟୁରୋ : ଦେଶରେ ୫୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା । ମୃତ୍ୟୁ ସଂଖ୍ୟା ଟପିଲା ୮୪ ହଜାର । ଆଜି ଦେଶର କରୋନା ଆକ୍ରାନ୍ତଙ୍କୁ ନେଇ ଏପରି ତଥ୍ୟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗତ ୨୪ ଘଂଟାରେ ସାରା ଦେଶରେ ୯୬ ହଜାର ୪୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫୨ ଲକ୍ଷ ୧୪ ହଜାର ୬୭୮କୁ ବୃଦ୍ଧି ହୋଇଛି ।

ସେହିପରି ଗତ ୨୪ ଘଂଟାରେ ସାରା ଦେଶରେ ୧୧ ଶହ ୭୪ ଜଣ ଆକ୍ରାନ୍ତଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୮୪ ହଜାର ୩୭୨କୁ ବଢିଛି । ଦେଶରେ ବର୍ତମାନ ୧୦ ଲକ୍ଷ ୧୭ ହଜାର ୭୫୪ ଆକ୍ଟିଭ୍ କେସ୍ ରହିଛି । ୪୧ ଲକ୍ଷ ୧୨ ହଜାର ୫୫୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।