କନକ ବ୍ୟୁରୋ : ନିଅଣ୍ଟିଆ ଟିକାକୁ ନେଇ ଦେଶରେ ଚାଲିଥିବା ଟିକାକରଣ ଭିତରେ ଭାରତକୁ ଖୁବଶୀଘ୍ର ଫାଇଜର ଟିକା ମିଳିପାରେ । ନୀତି ଆୟୋଗ ସଦସ୍ୟ ବି.କେ ପଲ କହିଛନ୍ତି କି, ଫାଇଜର ଟିକାର ଉପଲବ୍ଧତା ନେଇ ସଂକେତ ମିଳିବା ପରେ କମ୍ପାନୀ ଓ ସରକାର ଉଭୟ ଏହାକୁ ଦେଶରେ ପହଂଚାଇବାକୁ କାମ କରୁଛନ୍ତି ।
ପଲ ବୁଧବାର ଦିନ ଭାରତରେ ଟିକାକରଣ ପ୍ରକ୍ରିୟା ଓ ଉପଲବ୍ଧତା ଉପରେ କହିଛନ୍ତି କି, ସାରା ବିଶ୍ୱରେ ଟିକାର ମହଜୁଦ ସିମୀତ ଅଟେ । କମ୍ପାନୀ ମାନେ ପ୍ରାଥମିକତା, ଯୋଜନା ହିସାବରେ ଟିକା ଆବଣ୍ଟନ କରୁଛନ୍ତି । ଏହାସହ ସେ କହିଛନ୍ତି କି. ଯେତେବେଳେ ଆମକୁ ଫାଇଜର ଟିକାର ଉପଲବ୍ଧତା ନେଇ ସଂକେତ ମିଳିଲା ସରକାର ଓ କମ୍ପାନୀ ଉଭୟ ତା’ ଉପରେ ମିଳିତ ଭାବେ କାମ କରୁଛନ୍ତି ।
We are engaged with Pfizer as they've indicated the availability of a certain volume of vaccines in the coming months, possibly in July. They've requested indemnity against liability to all the nations. We are examining this request. There is no decision as of now: Dr VK Paul pic.twitter.com/Mn1GMfLKqw
— ANI (@ANI) May 27, 2021
ଏହାସହ ସେ ଆହୁରି କହିଛନ୍ତି କି ୨୦୨୦ ମଧ୍ୟଭାଗରୁ ସରକାର ବିଶ୍ୱର ପ୍ରମୁଖ ଟିକା କମ୍ପାନୀ ଯେମିତି କି ଫାଇଜର , ଜେଏଡଜେ ତଥା ମଡର୍ଣ୍ଣା ଭଳି କମ୍ପାନୀ ସହ ଆଲୋଚନା ଜାରି ରଖିଛନ୍ତି । ସରକାର ଏହି କମ୍ପାନୀ ମାନଙ୍କ ଠାରୁ ଟିକା ଆଣିବା ଓ ଏହାକୁ ଭାରତରେ ଉତ୍ପାଦନ କରିବା ନେଇ କମ୍ପାନୀ ମାନଙ୍କୁ ପୁରା ସହାୟତା ଯୋଗାଇ ଦେବାକୁ କହିଛନ୍ତି ।
ସୂଚନା ମୁତାବକ ଫାଇଜର ତରଫରୁ କୁହାଯାଇଛି କି ଫାଇଜର ଟିକା ଭାରତରେ ଦେଖାଦେଇଥିବା ସାର୍ସ-ସିଓବି -୨ ଭୂତାଣୁ ଉପରେ ବେସ୍ ପ୍ରଭାବଶାଳୀ ହେବ । ଏହି ଟିକା ୧୨ ବର୍ଷରୁ ଅଧିକ ବୟସ୍କଙ୍କ ଠାରେ ଦେଇହେବ । ଏହାକୁ ୨-୮ ଡିଗ୍ରୀ ତାପମାତ୍ରାରେ ୧ ମାସ ଯାଏଁ ରଖାଯାଇପାରିବ । ଫାଇଜର ଜୁଲାଇରୁ ଅକ୍ଟୋବର ମାସ ସୁଦ୍ଧା ଭାରତକୁ ୫ କୋଟି ଟିକା ଦେବାକୁ କହିଛି । ଏହାସହ ସେ ଟିକା ବାବଦରେ କିଛି ଅଗ୍ରୀମ ରାଶି ଭାରତ ସରକାରଙ୍କୁ ମାଗିଛି ।