କନକ ବ୍ୟୁରୋ: ଓମିକ୍ରନ ସଂକ୍ରମଣ ନିଆଁ ଭଳି ବ୍ୟାପୁଥିବା ବେଳେ, କେବେ ଏହା ଶୀର୍ଷ ଛୁଇଁବ ଏବଂ ତଳକୁ ଖସିବ ଏହାକୁ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି । ଏନେଇ ମଡେଲ ପ୍ରସ୍ତୁତ କରିଛି ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ସାଇନ୍ସ’ ଓ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଷ୍ଟାଟିଷ୍ଟିକାଲ୍ ଇନ୍ଷ୍ଟିଚ୍ୟୁଟ । ଓମିକ୍ରନର ସଂକ୍ରମକ ହାର ଅନୁଯାୟୀ ଏହି ମଡେଲ କରାଯାଇଛି । ନଜର ପକାନ୍ତୁ କ’ଣ କହୁଛି ଏହି ନୂଆ ମଡେଲ୍ ।

Advertisment

ତୃତୀୟ ଲହର: ଆଇଆଇଏସ୍ସି ମଡେଲ୍
ଜାନୁଆରୀ ଶେଷ ଓ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଆସିବ ‘ପିକ୍’
ଏହି ସମୟରେ ଦିନକୁ ୧୦ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେବା ସମ୍ଭାବନା
ବିଭିନ୍ନ ସମୟରେ ଆସିବ ରାଜ୍ୟଗୁଡିକର ‘ପିକ୍’
ମାର୍ଚ୍ଚ ଆରମ୍ଭରୁ କରୋନା ଗ୍ରାଫ୍ ତଳମୁହାଁ ହୋଇପାରେ

ଟିକା ସୁରକ୍ଷା ବଳୟ ଓ ରୋଗ ପ୍ରତିରୋଧ ଶକ୍ତିକୁ ଓମିକ୍ରନ ଭେଦ କରିପାରୁଥିବା ନେଇ ରିପୋର୍ଟ ପ୍ରକାଶ ପାଉଛି । ଏହାକୁ ଆଧାର କରି ମଡେଲ୍ ପ୍ରସ୍ତୁତ କରିଛି ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ସାଇନ୍ସ’ ।

ଯଦି ୩୦ ପ୍ରତିଶତ ବ୍ୟକ୍ତି ସଂକ୍ରମଣ ପ୍ରବଣ ହୁଅନ୍ତି, ତେବେ ଦୈନିକ ମାମଲା ଆସିପାରେ ୩ ଲକ୍ଷ । ୬୦ ପ୍ରତିଶତ ସଂକମଣ ପ୍ରବଣ ହେଲେ ଦିନକୁ ଆସିପାରେ ୬ ଲକ୍ଷରୁ ଅଧିକ ମାମଲା । ଆଉ ଯଦି ଶତ-ପ୍ରତିଶତ ସଂକ୍ରମଣ ପ୍ରବଣ ହୁଅନ୍ତି, ତେବେ ପ୍ରାୟ ୧୦ ଲକ୍ଷ ଆକ୍ରାନ୍ତ ପ୍ରତିଦିନ ଚିହ୍ନଟ ହୋଇପାରନ୍ତି ।

ତୃତୀୟ ଲହର: ଆଇଆଇଏସ୍ସି ମଡେଲ୍
୩୦ ପ୍ରତିଶତ ସଂକ୍ରମଣ ପ୍ରବଣ ହେଲେ ଦୈନିକ ଆସିପାରେ ୩ ଲକ୍ଷ ମାମଲା
୬୦ ପ୍ରତିଶତ ସଂକମଣ ପ୍ରବଣ ହେଲେ ଦୈନିକ ଆସିପାରେ ୬ ଲକ୍ଷ ମାମଲା
୧୦୦ ପ୍ରତିଶତ ସଂକମଣ ପ୍ରବଣ ହେଲେ ଦୈନିକ ଆସିପାରେ ୧୦ ଲକ୍ଷ ମାମଲା

ତେବେ କାନପୁର ଆଇଆଇଟି ପକ୍ଷରୁ ଯେଉଁ ମଡେଲ ଦିଆଯାଇଥିଲା, ସେଥିରେ ଫେବ୍ରୁଆରୀ ୩ ତାରିଖ ସୁଦ୍ଧା ତୃତୀୟ ଲହରର ପିକ୍ ଆସିବ ବୋଲି କୁହାଯାଇଥିଲା ।