ମହାନ କ୍ରାନ୍ତିକାରୀ ଭଗତ ସିଂ-ସୁଖଦେବ ଓ ରାଜଗୁରୁଙ୍କୁ ମନେ ପକାଉଛି ଦେଶ । ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହା ଜଣାଇଲେ ଶ୍ରଦ୍ଧାଞ୍ଜଳି
ସଲାମ୍ ସହିଦ ।
କନକ ବ୍ୟୁରୋ : ଆଜି ସହିଦ ଦିବସରେ ଦେଶ ବୀର ଯବାନ ମାନଙ୍କୁ ପ୍ରଣାମ କରୁଛି । ଆଜିର ଦିନରେ ଇଂଗ୍ରେଜ ସରକାରଙ୍କ ନିର୍ଦ୍ଦେଶକ୍ରମେ ୧୯୩୧ ମସିହାରେ ମହାନ କ୍ରାନ୍ତିକାରୀ ଭଗତ୍ ସିଂ, ସୁଖଦେବ ଓ ରାଜଗୁରୁଙ୍କୁ ଫାଶି ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ଏହି ସହିଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ବଡ ବଡ ନେତା ମାନେ ଏହି ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି କି ସ୍ୱାଧୀନତାର କ୍ରାନ୍ତିଦୂତ ଅମର ସହିଦ ଭଗତ୍ ସିଂ, ସୁଖଦେବ ଓ ରାଜଗୁରୁଙ୍କ ବଳିଦାନ ଦିବସରେ ସେମାନଙ୍କୁ ଶତ ଶତ ପ୍ରଣାମ । ମା’ ଭାରତୀଙ୍କ ଏହି ସୁପୁତ୍ର ମାନଙ୍କ ବଳିଦାନ ଦେଶର ଯୁବକ ମାନଙ୍କୁ ପୀଢି ପରେ ପୀଢି ପ୍ରେରଣା ଯୋଗାଇବ ।
आजादी के क्रांतिदूत अमर शहीद वीर भगत सिंह, सुखदेव और राजगुरु को शहीदी दिवस पर शत-शत नमन। मां भारती के इन महान सपूतों का बलिदान देश की हर पीढ़ी के लिए प्रेरणास्रोत बना रहेगा। जय हिंद! #ShaheedDiwas pic.twitter.com/qs3SqAHkO9
— Narendra Modi (@narendramodi) March 23, 2021
ସେହିଭଳି ଗୃହମନ୍ତ୍ରୀ ଅମିତ୍ ଶାହା ତାଙ୍କ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି କି ସ୍ୱତନ୍ତ୍ରତାର ଇତିହାସରେ ସହିଦ ଭଗତ ସିଂ, ରାଜଗୁରୁ ଓ ସୁଖଦେବଙ୍କ ବୀରତା ଓ ଯୋଗଦାନକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ । ଦେଶର ଜନସାଧାରଣଙ୍କୁ ଗୋଲାମୀମୁକ୍ତ କରିବା ଓ ଦେଶକୁ ସ୍ୱାଧୀନତା ଦେବାରେ ଏମାନଙ୍କ ଭୂମିକା ମନେ ପକାଇ ଆଜି ସାରା ଦେଶର ଲୋକେ ଗର୍ବ ଅନୁଭବ କରୁଛନ୍ତି । ଏହି ବୀର ସହିଦ ମାନଙ୍କୁ କୋଟି କୋଟି ପ୍ରଣାମ ଜଣାଇଛନ୍ତି ଗୃହମନ୍ତ୍ରୀ । ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ବି ଟ୍ୱିଟ୍ କରି ଏହି ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
स्वतंत्रता के इतिहास में शहीद भगत सिंह, सुखदेव और राजगुरु की वीरता व योगदान को शब्दों में वर्णित करना सम्भव नहीं है। देश को गुलामी की बेड़ियों से मुक्त करने की उनकी तड़प और बलिदान को याद कर आज भी हर भारतवासी की आँखें नम हो जाती हैं।
ऐसे वीर बलिदानियों के चरणों में कोटिशः नमन। pic.twitter.com/3tFd2qIqHF
— Amit Shah (@AmitShah) March 23, 2021
କହିରଖୁ କି ସ୍ୱାଧୀନତା ଲଢେଇ ବେଳେ ଯେତେବେଳେ ଇଂଗ୍ରେଜ ମାନେ ‘ପବ୍ଲିକ୍ ସେଫ୍ଟି ଓ ଟ୍ରେଡ ଡିସପ୍ୟୁଟ୍’ ବିଲ୍ ପାରିତ କରିବାକୁ ଯାଉଥିଲେ । ସେତେବେଳେ ସେମାନଙ୍କ ବିରୋଧରେ ଭଗତ ସିଂ ଓ ତାଙ୍କ ସାଥୀ ମାନେ ମିଶତ ବିଧାନସଭାରେ ବୋମା ପକାଇଥିଲେ । ଏହାପରେ ସେମାନେ ସେଠାରୁ ଖସି ନଯାଇ ଇଚ୍ଛାକୃତ ଭାବେ ପୋଲିସ ହାତରେ ଧରା ଦେଇଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ ଭଗତ ସିଂ, ରାଜଗୁର ଓ ସୁଖଦେବଙ୍କୁ ଫାଶି ଦଣ୍ଡ ଶୁଣାଇଥିଲେ । ଏହି ରାୟ ଆସିବା ପରେ ଦେଶ ଭିତରେ ବିପ୍ଳବର ବହ୍ନି ଜଳିଉଠିଥିଲା । ଇଂଗ୍ରେଜ ସରକାର ଥରହର ହୋଇଉଠିଥିଲା । ଲୋକଙ୍କ ଆକ୍ରୋସକୁ ନଜରରେ ରଖି ଏମାନଙ୍କୁ ଦିଆଯାଇଥିବା ଫାଶି ଦଣ୍ଡର ଗୋଟିଏ ଦିନ ପୂର୍ବରୁ ଫାଶି ଖୁଣ୍ଟରେ ଝୁଲାଇ ଦେଇଥିଲେ ।
Comments are closed.