ଦେଶକୁ ମିଳିଲା ପ୍ରଥମ ସ୍ୱଦେଶୀ ଆଟାକ ହେଲିକପ୍ଟର: ଭୂମିରୁ ଆକାଶ ଯାଏଁ ଟାର୍ଗେଟକୁ କରିପାରିବ ଧ୍ୱଂସ

56

କନକ ବ୍ୟୁରୋ: ଭାରତୀୟ ସେନକୁ ମିଳିଲା ପ୍ରଥମ ସ୍ୱଦେଶୀ ଆଟାକ୍ ହେଲିକପ୍ଟର । ରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମତିଥିରେ ଝାଂସିରେ ପହଁଚି ଭାରତୀୟ ସେନାକୁ ସ୍ୱେଦେଶୀ ଲାଇଟ୍ କମ୍ବାଟ୍ ହେଲିକପ୍ଟର ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସବୁଠାରୁ ଖାସ ଓ ଗର୍ବ କରିବାର କଥା ହେଲା, ଏହା ବିଦେଶରୁ ଅଣାଯାଇନାହିଁ , ବରଂ ହିନ୍ଦୁସ୍ତାନ ଏରୋନେଟିକସ ଲିମିଟେଡ, ହାଲ ଦ୍ୱାରା ପ୍ରସ୍ତୁତ ହୋଇଛି ।

ଦେଶରେ ତିଆରି ହୋଇଛି ଅତ୍ୟାଧୁନିକ ଲଢୁଆ ହେଲିକପ୍ଟର । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ବା ହାଲ ଦ୍ୱାରା ପ୍ରସ୍ତୁତ ହୋଇଛି ଲାଇଟ୍ କମ୍ବାକ୍ଟ ହେଲିକପ୍ଟର । ଶୁକ୍ରବାର ଉତରପ୍ରଦେଶ ଝାଂସିରେ ପହଁଚି ଏହି ଅତ୍ୟାଧୁନିକ ହେଲିକପ୍ଟରକୁ ବାୟୁସେନାକୁ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଣୀ ଲକ୍ଷ୍ମବାଇଙ୍କ ଜନ୍ମତିଥିରେ କେନ୍ଦ୍ର ସରକାର ରାଷ୍ଟ୍ରରକ୍ଷା ସମର୍ପଣ ପର୍ବ ପାଳନ କରିଛନ୍ତି । ଏହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପର୍ବ ପାଳନ କରିଛନ୍ତି । ଆଉ ଏହି ଖାସ ଅବସରରେ ବାୟୁ ସେନାକୁ ଲଢୁଆ ହେଲିକପ୍ଟର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ହେଲିକପ୍ଟର ଦ୍ୱାରା ଉଭୟ ବାୟୁସେନା ଓ ସ୍ଥଳସେନାର ଶକ୍ତି ଆହୁରି ବଢି ଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଏହି ହେଲିକପ୍ଟରର ରହିଛି ଅନେକ ବିଶେଷତ୍ୱ ।
– ୧୫ରୁ ୧୬ ହଜାର ଫୁଟ ଉଚ୍ଚତା ଯାଏଁ ଉଡାଣ ଭରିବାର କ୍ଷମତା
– ଏକମାତ୍ର ହେଲିକପ୍ଟର ଯାହା ଦୁନିଆର ସବୁଠାରୁ ଉଚ୍ଚତମ ଯୁଦ୍ଧକ୍ଷେତ୍ର ସିଆଚୀନରେ ଉଡାଣ ଭରିପାରିବ
– ଅତି ଉଚ୍ଚରେ ଟେକଅପ ଓ ଲ୍ୟାଣ୍ଡ କରିବା ସହ ଶତ୍ରୁକୁ ଟାର୍ଗେଟ କରିବାର ରହିଛି କ୍ଷମତା
– ମାଇନସ ୫୦ ଡିଗ୍ରୀ ସେଲସିୟସ ଓ ମରୁଭୂମିରେ ୫୦ ଡିଗ୍ରୀ ତାପମାତ୍ରାରେ ବି କାମ କରିପାରିବ
– ହେଲିକପ୍ଟରରେ ଆକାଶରୁ ଆକାଶ ଓ ସ୍ଥଳଭାଗକୁ ଲକ୍ଷ୍ୟଭେଦ କଲାଭଳି ମିସାଇଲ ରହିଛି
– ହେଲିକପ୍ଟରରେ ୨୦ ଏମଏମ ବନ୍ଧୁକ, ୭୦ ଏମଏମ ରକେଟ ଅଛି
– ସ୍ୱଦେଶୀ ଆଟାକ ହେଲିକପ୍ଟରକୁ ତିଆରି କରିବାକୁ ଲାଗିଛି ୧୩ ବର୍ଷ
– ହେଲିକପ୍ଟରର ଓଜନ ୬ ଟନ ଓ ଖର୍ଚ୍ଚ ହୋଇଛି ୧୫୦ କୋଟି
– ହେଲିକପ୍ଟର ଉପରେ ଗୁଳିବର୍ଷଣ କଲେ କିଛି ଫରକ ପଡିବ ନାହିଁ
– ନ୍ୟୁକ୍ଲିୟର, ବାଇଲୋଜିକାଲ ଓ କେମିକାଲ ଆକ୍ରମଣ ସମ୍ପର୍କରେ ବି ଆଲର୍ଟ କରିପାରିବାର ରହିଛି କ୍ଷମତା
– ଶତ୍ରୁର ରାଡାରରେ ହଠାତ ଆସିପାରିବ ନାହିଁ ଲାଇଟ୍ କମ୍ବାକ୍ଟ ହେଲିକପ୍ଟର

୧୯୯୯ରେ କାରଗିଲ ଯୁଦ୍ଧ ସମୟରେ ଏଭଳି ହେଲିକପ୍ଟରର ଆବଶ୍ୟକତା ଥିଲା । କାରଣ, ଦେଶର ଶତ୍ରୁ ହଜାରେ ଫିଟ ଉଚରେ ଉପସ୍ଥିତ ଥିଲା । ଏହି ପ୍ରୋଜେକ୍ଟକୁ ୨୦୦୬ରେ ଅନୁମତି ମିଳିଥିଲା ଓ ୧୩ ବର୍ଷର କଠିନ ପରିଶ୍ରମ ପରେ ଦେଶକୁ ମିଳିଛି ସ୍ୱଦେଶୀ ଆଟାକ ହେଲିକପ୍ଟର । କୁହାଯାଉଛି, ଆମେରିକାର ଆଡଭାନ୍ସ ହେଲିକପ୍ଟର ଆପାଚେଠାରୁ ଆହୁରି ଶକ୍ତିଶାଳୀ ଏହି ଲାଇଟ୍ କମ୍ବାକ୍ଟ ହେଲିକପ୍ଟର ।