ଦେଶରେ ୫୭ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ୨୪ ଘଂଟାରେ ୮୬ ହଜାରରୁ ଅଧିକ ଆକ୍ରାନ୍ତ ଓ ଏଗାରଶହ ଉପରେ ମୃତ୍ୟ

85

କନକ ବ୍ୟୁରୋ : ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଟପିଲା ୫୭ ଲକ୍ଷ । ଗତ ୨୪ ଘଂଟାରେ ୮୬ ହଜାର ୫୦୮ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୫୭ ଲକ୍ଷ ୩୨ ହଜାର ୫୧୯କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୯୧ ହଜାର ଅତିକ୍ରମ କରିଛି ।

ଗତ ୨୪ ଘଂଟାରେ ୧ ହଜାର ୧୨୯ ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୯୧ ହଜାର ୧୪୯କୁ ବୃଦ୍ଧି ହୋଇଛି । ବର୍ତମାନ ଦେଶରେ ଆକ୍ଟିଭ୍ ମାମଲା ସଂଖ୍ୟା ୯ ଲକ୍ଷ ୬୬ ହଜାର ୩୮୨ ରହିଛି । ସୁସ୍ଥ ସଂଖ୍ୟା ୪୬ ଲକ୍ଷ ୭୪ ହଜାର ୯୮୮ ରହିଛି ।