ଦେଶରେ ଦିନକରେ ୩୮,୩୧୦ ନୂଆ ଆକ୍ରାନ୍ତ ଚିହ୍ନଟ, ୪୯୦ ମୃତ : ମୋଟ ମୃତ୍ୟୁସଂଖ୍ୟା ୧,୨୩,୦୯୭ କୁ ବୃଦ୍ଧି

73

କନକ ବ୍ୟୁରୋ : ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟମିତଭାବେ କମିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୮,୩୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଗତକାଲି ଦୁଇ ଦିନ ଭଳି ଆଜି ମଧ୍ୟ ମୃତ୍ୟୁସଂଖ୍ୟା ୫୦୦ତଳକୁ ଖସିଛି । ୨୪ଘଣ୍ଟାରେ ୪୯୦ ଜଣ ମୃତ୍ୟୁବରଣ କରିଥିବା ବେଳେ ୫୮,୩୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂତନ କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨ ଲକ୍ଷ ଟପିଯାଇଛି ।

ସୂଚନା ଅନୁସାରେ, ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୮୨,୬୭,୬୮୩ରେ ପହଞ୍ଚିଛି । ଏହା ମଧ୍ୟରୁ ୫,୪୧,୪୦୫ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧,୨୩,୦୯୭ କୁ ବୃଦ୍ଧି ପାଇଛି । ତେବେ ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୭୬,୦୩,୧୨୧ରେ ପହଞ୍ଚିଛି । ଏହା ସହ ଦେଶରେ ଗତକାଲି ୧୦,୪୬,୨୪୭ନମୁନା ପରୀକ୍ଷା କରାଯାଇଥିବା ବେଳେ ନଭେମ୍ବର ୨ସୁଦ୍ଧା ସର୍ବମୋଟ ୧୧,୧୭,୮୯,୩୫୦ ନମୁନା ପରୀକ୍ଷା କରାଯାଇଛି । 
ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୫୬୭୫୪୩କୁ ବୃଦ୍ଧି ପାଇଛି ।  ଆମେରିକା ତଳକୁ ଭାରତ ଓ ବ୍ରାଜିଲ ରହିଛନ୍ତି ବୋଲି ଆମେରିକାର ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଭାରତରେ ସୁସ୍ଥ ସଂଖ୍ୟା ସବୁଠୁ ଅଧିକ ରହିଛି । ଆମେରିକାରେ ୬୧,୭୧,୪୦୨ଜଣ ସୁସ୍ଥ ହୋଇଥିବା ବେଳେ ଭାରତରେ ୭୬,୦୩,୧୨୧ ଜଣ ସୁସ୍ଥ ହୋଇଛନ୍ତି ।