କନକ ବ୍ୟୁରୋ : କେରଳ ସରକାର ଦେଶରେ ପ୍ରଥମଥର ପାଇଁ ଏକ ସମଲିଙ୍ଗୀ ବିବାହକୁ ସରକାରୀ ସ୍ୱୀକୃତି ଦେବାକୁ ଯାଉଛନ୍ତି । ଫେବୃଆରୀ ୧୪ ତାରିଖ ଭାଲେଣ୍ଟାଇନ ଡେ ଅବସରରେ କେରଳରେ ଏକ ସମଲିଙ୍ଗୀ ଯୋଡି ବିବାହ କରିବାକୁ ଯାଉଥିବା ବେଳେ କେରଳ ସରକାର ଏହାକୁ ରେଜେଷ୍ଟ୍ରୀ ମ୍ୟାରେଜ କରାଇବାକୁ କହିଛନ୍ତି । ଦେଶରେ କିନ୍ନରଙ୍କ ପାଇଁ ଆଇନ ପ୍ରଣୟନ ହୋଇଥିଲେ ବି ଏପର୍ଯ୍ୟନ୍ତ ଦେଶରେ କୌଣସି ସମଲିଙ୍ଗୀ ବିବାହାକୁ ଆଇନ ସ୍ୱିକୃତି ମିଳି ନାହିଁ । ପ୍ରଥମଥର ପାଇଁ କେରଳ ସରକାର ସମଲିଙ୍ଗୀ ବିବାହକୁ ଆଇନର ସ୍ୱୀକୃତି ଦେଇ ଇତିହାସ ରଚିବାକୁ ଯାଉଛନ୍ତି ।
କହିରଖୁ କି ଏହା ପୁର୍ବରୁ ଦେଶରେ ଅନେକ ସମଲିଙ୍ଗୀ ବିବାହ ହୋଇଛି । ହେଲେ ସେମାନେ ତାଙ୍କର ବିବାହକୁ ମହିଳା ଓ ପୁରୁଷ କାଟାଗୋରୀରେ ପଞ୍ଜିକରଣ କରିଛନ୍ତି । ଭାରତରେ କିନ୍ନର ମାନଙ୍କ ଅଧିକାର ପାଇଁ ୨୦୧୯ ରେ ତୃତୀୟ ଲିଙ୍ଗ ବ୍ୟକ୍ତି ଅଧିକାର ସଂରକ୍ଷଣ ୨୦୧୯ ନାମକ ଏକ ଆଇନ ପ୍ରଣୟନ କରାଯାଇଥିଲା । ଏହି ଆଇନ ଲାଗୁ ହେବା ପରେ ଏବେ ବି ଦେଶରେ ତୃତୀୟ ଲିଙ୍ଗୀଙ୍କୁ ସାମାଜିକ ନ୍ୟାୟ ମିଳିବାରେ ବିଳମ୍ବ ହୋଇଛି ।
ହେଲେ କେରଳରେ ଏହି ସମଲିଙ୍ଗୀ ଯୋଡି ଏହି ମାମଲାରେ ନିଆରା କିର୍ତ୍ତୀ ଅର୍ଜନ କରିବାକୁ ଯାଉଛନ୍ତି । ଉଭୟ ଉଚ୍ଚ ଶିକ୍ଷିତ ଓ ନିଜ ଭବିଷ୍ୟତକୁ ନେଇ ସେମାନେ ବଡ ପଦ ପଦବୀରେ ଚାକିରୀ କରିଛନ୍ତି । ତ୍ରୀସୁର ବାସିନ୍ଦା ମନୁ କାର୍ତ୍ତିକ ଏକ ମଲ୍ଟିନ୍ୟାସନାଲ କମ୍ପାନୀର ଏଚଆର ଅଛନ୍ତି । ସେପଟେ ଥିରୁଅନନ୍ତପୁରମ ବାସିନ୍ଦା ଶୟାମା ଏସ୍ ପ୍ରଭୁ କେରଳର ସାମାଜିକ ନ୍ୟାୟ ତୃତୀୟ ଲିଙ୍ଗୀ ବିଭାଗର ଷ୍ଟେଟ ପ୍ରୋଜେକ୍ଟ ଅଫିସର ଅଛନ୍ତି ।
ମନୁ ଓ ଶୟାମା ବହୁ ଦିନ ଆଗରୁ ପରସ୍ପର ସହ ପରିଚିତ ଥିବା ବେଳେ ମନୁ ୪ ବର୍ଷ ପୂର୍ବରୁ ଶୟାମାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ହେଲେ ଶୟାମା ନିଜ ପରିବାର ମୁତାବକ ବିବାହ ପାଇଁ ସହମତି ପ୍ରକାଶ କରିବାକୁ ଡେରି କରିଦେଇଥିଲେ । ଗତବର୍ଷ ଶୟାନା ବିବାହ ପାଇଁ ରାଜି ହୋଇଥିବାରୁ କରୋନା ମହାମାରୀ ପାଇଁ ଏହି ବିବାହ ଏତେ ଡେରି ହୋଇଛି । ଏବେ ଚଳିତ ମାସ ୧୪ ତାରିଖ ଫେବୃଆରୀ ମାସରେ ଏହି ବିବାହ ଅନୁଷ୍ଠିତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/1-16.jpg)