କନକ ବ୍ୟୁରୋ: ଆସନ୍ତାକାଲି ସକାଳ ୮ଟାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ପ୍ରତ୍ୟେକ ବ୍ଲକ ହେଡକ୍ୱାର୍ଟରରେ ହେବ ଗଣତି । ୩ଦିନ ଧରି ଚାଲିବ ଏହି ପ୍ରକ୍ରିୟା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସମସ୍ତ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । ଏବେ ଷ୍ଟ୍ରଙ୍ଗ ରୁମ ଭିତରେ ଭୋଟବାକ୍ସ ମଧ୍ୟରେ ପ୍ରାର୍ଥୀ ମାନଙ୍କ ଭାଗ୍ୟ ସିଲ୍ ହୋଇ ରହିଛି । ଆସନ୍ତାକାଲି ଠାରୁ ତିନିଦିନ ଧରି ଆରମ୍ଭ ହେବାକୁ ଯାଉଛି ଭୋଟଗଣତି । ଷ୍ଟ୍ରଙ୍ଗରୁମର ସିଲ୍ ଖୋଲାଯିବା ପରେ ହେବ ଗଣନା କାର୍ଯ୍ୟ ।
ଆସନ୍ତାକାଲି ସକାଳ ୮ଟାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି । ନିର୍ବାଚନ କମିଶନ ସଚିବଙ୍କ ସୂଚନା, ପ୍ରତ୍ୟେକ ବ୍ଲକ ହେଡକ୍ୱାର୍ଟରରେ ହେବ ଗଣତି ।
/kanak/media/post_attachments/wp-content/uploads/2022/02/2-48.jpg)