ବିହାରରେ ଆରମ୍ଭ ହେଲା ଭୋଟ ଗଣତି : କିଏ ଉଡାଇବ ବିହାରରେ ବିଜୟ ବାନା ?  ନୀତିଶ କୁମାର ନା ତେଜସ୍ୱୀ କାହାକୁ ବାଛିବେ ବିହାରବାସୀ ?

76

କନକ ବ୍ୟୁରୋ : ବିହାର ବିଧାନସଭା ପାଇଁ ଆରମ୍ଭ ହୋଇଛି ଭୋଟ୍ ଗଣତି  । ୨୪୩ଟି ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । କରୋନା କାଳରେ ସବୁଠାରୁ ବଡ ନିର୍ବାଚନ ଲଢେଇର ପରିଣାମ ଆସିବ । ନୀତିଶଙ୍କ ୧୫ବର୍ଷ ଶାସନର ମୂଲ୍ୟାଙ୍କନ ହେବାକୁ ଯାଉଛି । କିଏ ବିହାରର ବିଗ ବସ ହେବ ସେନେଇ ନିଷ୍ପତ୍ତି ହେବ । ବୁଥ ବାହୁଡା ମତରେ ତେଜସ୍ୱୀ ଯାଦବଙ୍କ ମହାଗଠବନ୍ଧନ ବହୁମତ ପାଇବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ଆଜି ଅସଲି ଫଳାଫଳ ସାମ୍ନାକୁ ଆସିବ ।

ବିହାର ବିଧାନସଭା ନିର୍ବାଚନ ଅନେକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଯଦି ବୁଥ ବାହୁଡା ମତର ପୂର୍ବାନୁମାନ ସତ ହୁଏ, ତେବେ ଏନଡିଏକୁ ଶକ୍ତ ଝଟକା ଲାଗିବ ଏବଂ ୩୧ ବର୍ଷର ଯୁବକ ତେଜସ୍ୱୀ ଯାଦବଙ୍କ ନିଯୁକ୍ତିର ନାରା ଅନ୍ୟ ପ୍ରଦେଶରେ ମଧ୍ୟ ପ୍ରସଙ୍ଗ ବନିବା ପାଇଁ ପ୍ରେରଣା ଦେବ । ଆଉ ସବୁଠୁ ବଡ଼ କଥା ହେଉଛି, ମୋଦୀ ସରକାରଙ୍କ କରୋନା ପରିଚାଳନାକୁ ବିହାରବାସୀ କିପରି ଗ୍ରହଣ କରିଛନ୍ତି, ତା’ର ମଧ୍ୟ ହିସାବ ନିକାଶ ହେବ । କାରଣ ଲକ୍ଡାଉନ୍ କଟକଣା ବେଳେ ବିହାରର ଲକ୍ଷ ଲକ୍ଷ ଦାଦନ ଶ୍ରମିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।