କନକ ବ୍ୟୁରୋ: ପଞ୍ଚାୟତ ଫଇସଲାର ତୃତୀୟ ଦିନର କାଉଣ୍ଟିଂ ଜାରି, ପ୍ରାରମ୍ଭିକ ଟ୍ରେଣ୍ଡ୍ ନେତାଙ୍କୁ ଦେଉଛି ଟେନସନ୍, ପ୍ରାର୍ଥୀଙ୍କ ସହ ବଢୁଛି ନେତାଙ୍କ ହୃଦସ୍ପନ୍ଦନ । ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ତୃତୀୟ ଦିନରେ ୨୩୧ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ସକାଳ ୧୦ଟା ୫୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୧ଟି ଜୋନରୁ ବିଜେଡି ୭୦୩ଟି ଜୋନରେ ଆଗୁଆ ରହିଛି, ବିଜେପି ୪୦ ଏବଂ କଂଗ୍ରେସ ୩୭ ଜୋନରେ ଆଗୁଆ ରହିଛି । ସେହିପରି ୭ଟିି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।
#ଚାଲିଛି_୩ୟ_ଦିନର_ଗଣତି#ଆସୁଛି_ଗାଁ_ରାୟର_ଟ୍ରେଣ୍ଡ
ତୃତୀୟ ଦିନର ଗଣତି ସୁଦ୍ଧା ବିଜେଡି ୭୦୩ ଆସନରେ ଆଗୁଆ, ବିଜେପି- ୪୦ କଂଗ୍ରେସ- ୩୭ ଓ ଅନ୍ୟାନ୍ୟ ଦଳ ୭ ସିଟରେ ଆଗୁଆ ଚାଲିଛନ୍ତି । #ElectionsWithKanakNews#PanchayatResults#PanchayatCounting#Odisha#KanakNewspic.twitter.com/pVYHX6lNwY— Kanak News (@kanak_news) February 28, 2022
ସେପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ପ୍ରଥମ ଓ ଦ୍ୱିତୀୟ ଦିନ ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ଏଯାବତ୍ ଦୁଇ ଦିନର ଗଣତିର ସଦ୍ୟତମ ତଥ୍ୟ ମୁତାବକ ୬୨୦ ଜୋନରୁ ୫୮୫ର ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଯେଉଁଥିରେ ବିଜେଡି ୫୧୮ ଜୋନରେ ବିଜୟୀ, ୩୧ଟି ଜୋନରେ ବିଜେପି ବିଜୟୀ ହୋଇଥିବାବେଳେ କଂଗ୍ରେସ ୨୯ଟି ଓ ୭ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆଜି ତୃତୀୟ ଦିନର ଗଣତି ଜାରି ରହିଛି ।