ଲାଲ କରିଡରରେ ପଶିଲା କରୋନା ଭୂତାଣୁ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ମାଓ ସଂଗଠନର ଛାମୁଆ ନେତା ପଜିଟିଭ୍ ଥିବା ସୂଚନା

350

କନକ ବ୍ୟୁରୋ: ମାଓବାଦୀଙ୍କୁ କୋରୋନା । ଲାଲବାହିନୀ ଙ୍କୁ ଏବେ ଘାରିଛି ଆନ୍ଦ୍ର ଷ୍ରେନ ଚିନ୍ତା । ଔଷଧ ପାଇଁ ଜଗଂଲ ଭିତରେ ସଂଘର୍ଷ କରୁଛନ୍ତି ମାଓବାଦୀ । ଜଙ୍ଗଲ ଭିତରେ ୫୦ ରୁ ଉର୍ଧ ମାଓବାଦୀ କୋରୋନା ସଂକ୍ରମିତ ହୋଇ ଥିବା ବେଳେ ଏବେ ଆତ୍ମ ସମର୍ପଣ କରି ସ୍ୱାସ୍ଥ ସେବା ର ଲାଭ ଉଠାଇବାକୁ ଆହଓାନ ଦେଇଛନ୍ତି ଛତିଶଗଡ ଦାନ୍ତେଓାଡା ଏସପି ଅଭିଷେଖ ପଲ୍ଲଭ ।

ଓଡିଶା ସୀମାବର୍ତୀ ସୁକୁମା, ବିଜାପୁର ଓ ଦାନ୍ତେଓାଡା ଜିଲ୍ଲାର ୫୦ ରୁ ଉର୍ଧ ମାଓବାଦୀ ଏବେ କୋରୋନା ପଜିଟିଭ ଥିବା ଜଚ୍ଚା ପଡିଛି । ଆଉ ଔଷଧ ଓ ଚିକିତ୍ସା ସେବା ପାଇବା ପାଇଁ ସଂଘର୍ଷ କରୁଛନ୍ତି ଲାଲବାହୀନି । ବିଶେଷ କରି ଛତିଶଗଡ ଦଣ୍ଡଳାରାଣ୍ୟ ସ୍ପେଶାଲ ଯୋନାଲ କମିଟି ର ସଦସ୍ୟା ତଥା ୨୫ ଲକ୍ଷ ମୁଣ୍ଡ ଜାମିନ ଥିବା ଟପ ମାଓ ନେତ୍ରୀ ସୁଜାତା ଏବେ କରୋନା ସଂକ୍ରମିତ ଥିବା ବେଳେ ତାଙ୍କ ଛାତି ରେ ପାଣି ଜମି ଥିବାରୁ ତାଙ୍କ ଅବସ୍ଥା ଏବେ ସଂକଟାପନ୍ନ ଥିବା ଜଣା ପଡିଛି । ସେହିପରି ମୁଣ୍ଡ ରେ ୧୦ – ୧୦ ଲକ୍ଷ ଟଙ୍କା ପୁରଷ୍କାର ଥିବା ମାଓ ନେତା ଜୟଲାଲ ଓ ଗଂଗାଲୁର ଏରିଆ କମିଟି ର ମୁଖ୍ୟ ଦିନେଶ ମଧ୍ୟ କୋରୋନା ପଜିଟିଭ ଥିବା ଜଚ୍ଚା ପଡିଛି ।

କେବଳ କୋରୋନା ନୁହଁ, ଲକ୍ ଡାଉନ ଯୋଗୁ ଖାଇବା ସାମଗ୍ରୀ ର ସପ୍ଲାଇ ଚେନ୍ ଉପରେ କଟକଣା ଥିବା ରୁ ଏବେ ଖାଇବା ସାମଗ୍ରୀ ର ଅଭାବ ସାଙ୍ଗକୁ ଅନେକ ସାଥୀ ଫୁଡ୍ ପଏଜନିଙ୍ଗ ର ଶିକାର ଥିବା ମଧ୍ୟ ଜଚ୍ଚା ପଡିଛି । ଏଥି ସହ ଗ୍ରାମବାସୀ ମାନେ ସଂକ୍ରମିତ ହବା ର ଯଥା ସମ୍ଭମ ରହିଛି । କାରଣ ଏୟାରଷ୍ଟ୍ରାଇକ୍ ର ଆଳ ଦେଖାଇ ବାରମ୍ଭ ହଜାର ହଜାର ସଙ୍ଖ୍ୟକ ଆଦିବାସୀ ଙ୍କୁ ନେଇ ବଡ ବଡ ପ୍ରଜାମେଳି ର ଆୟୋଜନ କରି ଥିଲେ ମାଓବାଦୀ । ତେଣୁ ମାଓବାଦୀ ଓ ଗ୍ରାମବାସୀଙ୍କ ହିତ ଦୃଷ୍ଟିରେ ଆକ୍ରାନ୍ତ ମାନେ ଆତ୍ମସମର୍ପଣ କରି ସରକାରୀ ଚିକିତ୍ସା ର ଲାଭ ଉଙ୍ଖାଇବା କୁ ଆହଓାନ ଦେଇଛନ୍ତି ଏସପି ଅଭିଷେକ ପଲ୍ଲଭ ।