ଉହାନ ଲ୍ୟାବରୁ ମିଳିଲାନି କରୋନା ଭୂତାଣୁ ବ୍ୟାପିବାର କୌଣସି ସଂକେତ । ସୂଚନା ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

173

 କନକ ବ୍ୟୁରୋ : ଚୀନର ଉହାନ ସ୍ଥିତ ଲାବରେଟୋରିରୁ କରୋନା ଭୂୁତାଣୁ ସାରା ବିଶ୍ୱକୁ ବ୍ୟାପିଥିବା ନେଇ ଉଠିଥିବା ଗୁଜବକୁ ଖଣ୍ଡନ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ର‌୍ୟ ସଂଗଠନ ପକ୍ଷରୁ ଉହାନରେ ତଦନ୍ତ କରୁଥିବା ଟିମ୍ । ଏହି ଟିମ୍ କହିଛି କି ଉହାନ କିମ୍ବା ଅନ୍ୟ କୌଣସି ସ୍ଥାନରୁ ଡିସେମ୍ବର ୨୦୧୯ ପୂର୍ବରୁ କରୋନା ଭୂତାଣୁ ବ୍ୟାପିଥିବା ନେଇ କୌଣସି ସୂଚନା ମିଳିନାହିଁ । ଏହା ପରେ ହିଁ ଭୂତାଣୁ ବିଭିନ୍ନ ଅଞ୍ଚଳରେ ବ୍ୟାପିଥିବା ନେଇ ଟିମ୍ ପକ୍ଷରୁ କୁହାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଟିମର ପିଟର ବେନ୍ ଏମ୍ବରେକ କହିଛନ୍ତି କି ଚୀନର ଉହାନ ଲ୍ୟାବରୁ କରୋନା ଭୂତାଣୁ ବ୍ୟାପିଥିବାରୁ କୌଣସି ସୂଚନା ମଳିପାରି ନାହିଁ । ଏହି ଭୁତାଣୁ ରୋଗ ବାହକ ପ୍ରଜାତିମାନଙ୍କ ଠାରୁ ମଣିଷ ଶରୀରରେ ପ୍ରବେଶ କରିଛି ବୋଲି ଅଧିକ ଅଶଙ୍କା କରିଛି ତଦନ୍ତକାରୀ ଟିମ୍ ।

କହିରଖୁ କି କରୋନା ଭୂତାଣୁକୁ ନେଇ ବିଭିନ୍ନ ଦେଶ ନାନା ଅଭିଯୋଗ ଆଣିଥିଲେ । କିଛି ଦେଶ ଏହି ଭୂତାଣୁ ଚୀନର ଉହାନ ଲ୍ୟାବରୁ ଉତ୍ପତି ହୋଇଥିବା କଥା ବ ଦାବି କରିଥିଲେ । ହେଲେ ଏପର୍ଯ୍ୟନ୍ତ କୌଣସି ଦାବି ପ୍ରମାଣିତ ହୋଇପାରି ନାହିଁ ।
ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ଟିମ୍ ନିକଟରେ ଏହାର ତଦନ୍ତ କରିବାକୁ ଉହାନ ସହର ଗସ୍ତ କରି ତଦନ୍ତ ଆରମ୍ଭ କରିଥିଲା । ଟିମ୍ ତରଫରୁ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ଯାଇ ସେଠାରେ ତଦନ୍ତ କରିବା ପରେ ଏଭଳି ସୂଚନା ଦେଇଛି ।