ନୂଆ ଷ୍ଟ୍ରେନକୁ ରୋକିବା ପାଇଁ ଭ୍ୟାକ୍ସିନର ଅପଡେଟ ଦରକାର । କେନ୍ଦ୍ର ସରକାରଙ୍କ ପରାମର୍ଶଦାତାଙ୍କ ସୂଚନା ।

Advertisment
ରାଜଧାନୀର ସରକାରୀ କର୍ମଚାରୀଙ୍କ ପାଇଁ ଟିକା ହେଲା ବାଧ୍ୟତାମୂଳକ । ଅଫିସ ଆସିବାକୁ ହେଲେ ଟିକା ନେବା ଜରୁରୀ ।

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ପରାମର୍ଶ ଦାତାଙ୍କ ସୂଚନା । କହିଲେ, କରୋନା ଭ୍ୟାକ୍ସିନର ଅପଡେଟ କରିବା ଆବଶ୍ୟକ । ନୂଆ ଷ୍ଟ୍ରେନ ରୋକିବାକୁ ଭ୍ୟାକ୍ସିନର ଅପଡେଟ ଦରକାର । କରୋନାର ନୂଆ ଷ୍ଟ୍ରେନ ଯୋଗୁଁ ଦେଶରେ ବଢୁଛି ସଂକ୍ରମଣ । ତେବେ ଏହି ସଂକ୍ରମଣକୁ ରୋକିବାକୁ ଭ୍ୟାକ୍ସିନ ଅପଡେଟ ଜରୁରୀ ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ପରାମର୍ଶ ଦାତା ।

ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି । ଏହି ସଂକ୍ରମଣ ଅତ୍ୟନ୍ତ ମାରାତ୍ମକ ହୋଇଥିବାରୁ ଅନେକ ଲୋକ ଏଥିରେ ପ୍ରାଣ ହରାଉଛନ୍ତି । ଏହାରି ମଧ୍ୟରେ ଦେଶରେ ଚାଲିଛି ଟିକାକରଣ । ଟିକା ନେଉଥିଲେ ମଧ୍ୟ କରୋନା ସଂକ୍ରମିତ ହେଉଛନ୍ତି ଲୋକେ । ତେବେ ଏହି ଭାଇରସକୁ ମାତ ଦେବାକୁ ଭ୍ୟାକ୍ସିନରେ ଅପଡେଟ ଦରକାର ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe