କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ପରାମର୍ଶ ଦାତାଙ୍କ ସୂଚନା । କହିଲେ, କରୋନା ଭ୍ୟାକ୍ସିନର ଅପଡେଟ କରିବା ଆବଶ୍ୟକ । ନୂଆ ଷ୍ଟ୍ରେନ ରୋକିବାକୁ ଭ୍ୟାକ୍ସିନର ଅପଡେଟ ଦରକାର । କରୋନାର ନୂଆ ଷ୍ଟ୍ରେନ ଯୋଗୁଁ ଦେଶରେ ବଢୁଛି ସଂକ୍ରମଣ । ତେବେ ଏହି ସଂକ୍ରମଣକୁ ରୋକିବାକୁ ଭ୍ୟାକ୍ସିନ ଅପଡେଟ ଜରୁରୀ ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ପରାମର୍ଶ ଦାତା ।
ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି । ଏହି ସଂକ୍ରମଣ ଅତ୍ୟନ୍ତ ମାରାତ୍ମକ ହୋଇଥିବାରୁ ଅନେକ ଲୋକ ଏଥିରେ ପ୍ରାଣ ହରାଉଛନ୍ତି । ଏହାରି ମଧ୍ୟରେ ଦେଶରେ ଚାଲିଛି ଟିକାକରଣ । ଟିକା ନେଉଥିଲେ ମଧ୍ୟ କରୋନା ସଂକ୍ରମିତ ହେଉଛନ୍ତି ଲୋକେ । ତେବେ ଏହି ଭାଇରସକୁ ମାତ ଦେବାକୁ ଭ୍ୟାକ୍ସିନରେ ଅପଡେଟ ଦରକାର ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/05/covid_vaccine_PTI_sd.jpg)