କରୋନା ଟେଷ୍ଟ ବି ନକଲି । ପୁରୀ କାକଟପୁରରେ ନକଲି ଆରଟିପିସିଆର ରିପୋର୍ଟ ରାକେଟ । ଲ୍ୟାବ ମାଲିକଙ୍କୁ ଗିରଫ କଲା ପୋଲିସ ।

କରୋନା ଟେଷ୍ଟ ବି ନକଲି । ପୁରୀ କାକଟପୁରରେ ନକଲି ଆରଟିପିସିଆର ରିପୋର୍ଟ ରାକେଟ । ଲ୍ୟାବ ମାଲିକଙ୍କୁ ଗିରଫ କଲା ପୋଲିସ ।

କନକ ବ୍ୟୁରୋ: ପୁରୀ ଜିଲ୍ଲା କାକଟପୁର ରେ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି । କାକଟପୁର ବଜାର ନିକଟରେ ଥିବା ମା ପ୍ୟାଥ ଲ୍ୟାବ ରେ ବେଆଇନି ଭାବେ କୋରନାକିଟ ରେ ଟେଷ୍ଟ କରି ନେଗେଟିଭି ଆଉ ପଜିଟିଭ ରିପୋର୍ଟ ଦେଇ ଟଙ୍କା ଆଦାୟ କରିବା ଘଟଣା ସାମ୍ନାକୁ ଆସିବା ପରେ ଆଜି କାକଟପୁର ଥାନା ପୋଲିସ ସହ କାକଟପୁର ତହସିଲଦାର ଚଢ଼ାଉ କରିଛନ୍ତି । ଏହି ଘଟଣା ରେ ଏହି ଲ୍ୟାବ ର ମାଲିକ ପ୍ରକାଶ କୁମାର ଦାଶଙ୍କୁ ଗିରଫ କରିଥିବା ବେଳେ ତାଙ୍କର ଜଣେ ସହଯୋଗୀଙ୍କ ଅଟକ ରଖିଛି ପୋଲିସ ।

ଲ୍ୟାବ ମାଲିକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ ବେଳେ ତାଙ୍କର କୋରନା ଟେଷ୍ଟ ବେଳେ ପଜିଟିଭ ଆସିବାରୁ ଅଭିଯୁକ୍ତ ଙ୍କୁ କାକଟପୁର କୋଭିଡ ୱାର୍ଡ ରେ ଭର୍ତ୍ତିକରାଯାଇଛି।ଘଟଣାରୁ ପ୍ରକାଶ ଯେ ମା ଲ୍ୟାବରେ କୋରନା କିଟ ରେ କୋରନା ଚେକିଂ କରି ପଜିଟିଭ ଥିଲେ ନିଜେ ଲ୍ୟାବ ମାଲିକ କୋରନା ଔଷଧ ଲେଖି ବେଶ ଅର୍ଥ ରୋଜଗାର କରି ଆସୁଥିଲେ।

ଏହି କୋରନା ଟେଷ୍ଟ କିଟ ଏହି ଲ୍ୟାବ କୁ କିପରି ଆସିଲା କିଏ ପଠାଉଥିଲା । ଏହି ଲ୍ୟାବକୁ କୋରନା ତେଷ୍ଟିଂ ପାଇଁ ସରକ।ରଙ୍କ ଅନୁମତି ଅଛି କି ନାହିଁ ଏହି ଭଳି ଅନେକ ପ୍ରଶ୍ନ ସାଧାରଣ ରେ ଚର୍ଚା କୁ ଆସିଛି । କିନ୍ତୁ ପୋଲିସ ଚଢ଼ାଉ ବେଳେ କାକଟପୁର ବ୍ଲକ ବାଙ୍ଗୁରି ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆଶିଷ ମହାପାତ୍ରଙ୍କ ଏକ ସୁପାରିଶ କାଗଜ ମିଳିଥିବା ମିଳିଥିବା ପୋଲିସ କହିଛି । ଏହି କିଟ ଅସଲି କି ନକଲି ଲ୍ୟାବ ମାଲିକଙ୍କୁ କିଏ ଦେଉଥିଲା ଏହି କିଟ ଆଉ ଏହି ଘଟଣା ରେ ଜଣେ ଡାକ୍ତର ଙ୍କ ସୁପାରିଶ ପ୍ୟାଡ଼ ମିଳିବା ପରେ ପୋଲିସ ଘଟଣା ରେ ତଦନ୍ତ କରୁଛି ।

ଏହି ଘଟଣାରେ ଲ୍ୟାବ କୁ ସିଲ କରିବାସହ ଲ୍ୟାବ ରୁ କେତେକ କୋରନା କିଟ ସହ କମ୍ପୁଟର ହାର୍ଡ ଡିସ୍କ ଜବତ କରିଛି ପୋଲିସ।କୋରନା କାଳ ରେ ଏହି ଘଟଣା ସାମ୍ନାକୁ ଆସିବାପରେ ପୁରୀ ଜିଲ୍ଲା ପୋଲିସ ଏହି ଘଟଣାକୁ ପର୍ଦାଫସ ପାଇଁ ଉଦ୍ୟମ ଆରଂଭ କରିଛି।ଏହି ଘଟଣା ସାମ୍ନାକୁ ଆସିବାପରେ ପୁରୀ ଅତିରିକ୍ତ ଏସପି ଘଟଣା ସ୍ଥଳକୁ ଆସି ତଦନ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe