ଦିଲ୍ଲୀରେ ଖସିଲା କରୋନା ମିଟର । ୫ ପ୍ରତିଶତ ତଳକୁ ଆସିଲା ସଂକ୍ରମଣ ହାର । ସେପଟେ ଦେଶରେ ବି କମିଲା ସଂକ୍ରମଣ

Advertisment
ଦ୍ୱିତୀୟ ଲହର ସଂଖ୍ୟା କମୁନଥିବା ବେଳେ ତୃତୀୟ ଲହର ନେଇ ଏସବିଆଇ କଲା ପୂର୍ବାନୁମାନ । ଅଗଷ୍ଟରେ ବଢିବ ସଂଖ୍ୟା, ସେପ୍ଟେମ୍ବରରେ ପିକରେ ପହଁଚିବ ସଂକ୍ରମଣ 

କନକ ବ୍ୟୁରୋ: ଦେଶରେ କମିଲା ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ୨ଲକ୍ଷ ୫୯ ହଜାର ୫୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ୪ ହଜାର ୨୦୯ ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୭ ହଜାର କରୋନା ଆକ୍ରାନ୍ତ । ତେବେ ବଡ କଥା ହେଉଛି ଦିଲ୍ଲୀରେ ସଂକ୍ରମଣ ଯଥେଷ୍ଟ କମି ଯାଇଛି ।

ଏଠାରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଆସିଯାଇଛି ଅର୍ଥାତ୍ ଶହେ ଜଣଙ୍କର ପରୀକ୍ଷା ହେଲେ ମାତ୍ର ୫ ଜଣ ପଜିଟିଭ ଆସୁଛନ୍ତି । ପ୍ରଥମ ଥର ପାଇଁ ଏପ୍ରିଲ ପରେ ଏଭଳି ଏକ ଅବସ୍ଥା ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଯେଉଁଠାରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ରହିଛି, ତାହା ଏକ ନିରାପଦ ସ୍ଥାନ ।

ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ, ଲକଡାଉନ୍ ପାଇଁ ଦିଲ୍ଲୀରେ ସଂକ୍ରମଣ ନିରାପଦ ସ୍ଥିତିକୁ ଆସି ପାରିଛି । ତେବେ ଏହି ସଂକ୍ରମଣ ହାର ପରେ ବର୍ତମାନ ଲକଡାଉନ୍ ଉଠାଇବା ପାଇଁ ଚାପ ବଢୁଛି । ଗତ ୨୪ ଘଂଟାରେ ଦିଲ୍ଲୀରେ ମାତ୍ର ୩ ହଜାର ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe